ଚିତାଙ୍କ ଶିକାର ପାଇଁ ହରିଣ ଅଣା ଯାଇନାହିଁ: ମଧ୍ୟପ୍ରଦେଶ ସରକାର

Advertisment
ଚିତାଙ୍କ ଶିକାର ପାଇଁ ହରିଣ ଅଣା ଯାଇନାହିଁ: ମଧ୍ୟପ୍ରଦେଶ ସରକାର

Image Courtesy of India Today

ନୂଆଦିଲ୍ଲୀ: ଆଫ୍ରିକାରୁ ଅଣାଯାଇଥିବା ୮ଟି ଚିତାଙ୍କ ଶିକାର ଲାଗି ‘କୁନୋ ଜାତୀୟ ଉଦ୍ୟାନ’କୁ ରାଜସ୍ଥାନରୁ ମୃଗ (ବଡ଼ ହରିଣ) ଅଣାଯାଇଥିବା ଖବରକୁ ମଙ୍ଗଳବାର ଦିନ ଧ୍ୟପ୍ରଦେଶ ସରକାର ଅସ୍ବୀକାର କରିଛନ୍ତି।

ନବାଗତ ଚିତାଙ୍କ ବିଷୟରେ ଜାଣିବାକୁ ଲୋକେ ଉତ୍ସୁକ ଥିବା ବେଳେ ଅସମର୍ଥିତସୂତ୍ରରୁ ଖବର ପ୍ରକାଶ ପାଇଥିଲା କି, ଶିକାର କରି ଭୋଜନ କରିବା ଲାଗି ରାଜସ୍ଥାନରୁ କୁନୋ ଜାତୀୟ ଉଦ୍ୟାନକୁ ମୃଗ ପଠାଯାଉଛି।

ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଜଣାଇଲେ ଯେ, ମରୁରାଜ୍ୟରେ ମୃଗ ବିଲୁପ୍ତ ହୋଇ ଆସୁଥିବାରୁ ଏଭଳି ଅଯର୍ଥାତ ନିଷ୍ପତ୍ତିର ପୁନର୍ବିଚାର କରାଯାଉ। ହରିୟାଣାର ଫତେବାଦସ୍ଥିତ ମିନି ସେକ୍ରେଟେରିଏଟ୍‌‌ ସମ୍ମୁଖରେ ବିଷ୍ଣୋଇ ସମ୍ପ୍ରଦାୟ ସଦସ୍ୟମାନେ ଧାରଣା ଦେବା ସହ ଉପରୋକ୍ତ ନିଷ୍ପତ୍ତି ବିରୋଧରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ମଧ୍ୟ ଦେଇଥିଲେ।

publive-image Image Courtesy of NDTV

କିନ୍ତୁ, ମୃଗ ଅଣାଯିବା ରିପୋର୍ଟକୁ ଖଣ୍ଡନ କରି ମଧ୍ୟପ୍ରଦେଶ ବନ ବିଭାଗ ସ୍ପଷ୍ଟୀକରଣ ଜାରି କରିଛି। ଏଥିରେ ଉଲ୍ଲେଖ ଅଛି, ରାଜସ୍ଥାନରୁ ମଧ୍ୟପ୍ରଦେଶକୁ ମୃଗ ଅଣାଯାଇ ନାହିଁ। କାରଣ, ମୃଗ ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ।

ଏହା ବ୍ୟତିରେକେ, କୁନୋ ଜାତୀୟ ଉଦ୍ୟାନରେ ୨୦,୦୦୦ରୁ ଅଧିକ ମୃଗ ଅଛନ୍ତି। ବାହାରୁ ମୃଗ ଅଣାଯିବା ଖବର ମିଥ୍ୟା ବୋଲି ମଧ୍ୟପ୍ରଦେଶ ବନ ବିଭାଗ ଉକ୍ତ ସ୍ପଷ୍ଟୀକରଣରେ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ, ଭାରତରୁ ଚିତା ବିଲୁପ୍ତ ହେବାର ୭ ଦଶନ୍ଧି ପରେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ବିମାନ ଯୋଗେ ଅଣାଯାଇଥିବା ୮ଟି ଚିତାଙ୍କୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ‘କୁନୋ ଜାତୀୟ ଉଦ୍ୟାନ’ସ୍ଥିତ ସୁରକ୍ଷିତ ଆବଦ୍ଧାଞ୍ଚଳରେ ଛାଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe