କେନ୍ଦ୍ରର ଅନୁମତି ନ ମିଳିବାରୁ ମଙ୍ଗଳବାର ଉପସ୍ଥାପନ ହେବନି ଦିଲ୍ଲୀ ବଜେଟ୍

Advertisment
ବଢିଲା କେଜ୍ରିଓ୍ବାଲଙ୍କ ଅଡ଼ୁଆ, ଦଳ ପାଇଁ ବିଦେଶରୁ ପାଣ୍ଠି ସଂଗ୍ରହ ଅଭିଯୋଗ ଆଣିଲା ଇଡି

Image Courtesy of India Today

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଓ କେନ୍ଦ୍ର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଅନୁମତି ମିଳିନଥିବାରୁ ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ ନାହିଁ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ସୋମବାର ସନ୍ଧ୍ୟାରେ ଦିଲ୍ଲୀର ବଜେଟ୍ ଉପସ୍ଥାପନ ଉପରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି । କେଜ୍ରିଓ୍ଵାଲ କହିଛନ୍ତି ଯେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟିଛି । ଆସନ୍ତାକାଲି ସକାଳେ ଦିଲ୍ଲୀର ବଜେଟ୍ ଆସିବ ନାହିଁ ବୋଲି ସେ କହିଛନ୍ତି । ଆସନ୍ତାକାଲିଠାରୁ ଦିଲ୍ଲୀ ସରକାରୀ କର୍ମଚାରୀ, ଡାକ୍ତର ଓ ଶିକ୍ଷକମାନେ ଦରମା ପାଇବେ ନାହିଁ। କେନ୍ଦ୍ର ସରକାରଙ୍କ ଏହି ଦାଦାଗିରି ଜାରି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଦିଲ୍ଲୀ ଏକ ପୂର୍ଣ୍ଣ ରାଜ୍ୟ ହୋଇନଥିବାରୁ ଦିଲ୍ଲୀର ବଜେଟ ଉପସ୍ଥାପନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମତି ଆବଶ୍ୟକ । ଗୃହ ମନ୍ତ୍ରାଳୟ ବଜେଟ ପାଇଁ ଏପର୍ଯ୍ୟନ୍ତ ଅନୁମତି ଦେଇନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ କେନ୍ଦ୍ର ସରକାର ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ବିବାଦ ବୃଦ୍ଧି ପାଇଛି । ନିକଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ତଦନ୍ତକାରୀ ଏଜେନ୍ସି ଗିରଫ କରିଥିଲା। ଯେଉଁଥିପାଇଁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe