ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍‌ କୋର୍ଟ; ୨ ସପ୍ତାହ ମଧ୍ୟରେ ଶୁଣାଣି

Advertisment
ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍‌ କୋର୍ଟ; ୨ ସପ୍ତାହ ମଧ୍ୟରେ ଶୁଣାଣି

Image Courtesy of India Today

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି କରିବା ସହିତ ଆଗାମୀ ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆଜି ସୁପ୍ରିମ୍‌ କହିଛନ୍ତି।

ଏହା ବ୍ୟତିରେକେ, ସୁପ୍ରିମ୍‌ କୋର୍ଟ ଉତ୍ତର ଦିଲ୍ଲୀ ମହାନଗର ନିଗମ, ଦିଲ୍ଲୀ ପୁଲିସ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଏହି ମାମଲା ସଂକ୍ରାନ୍ତରେ ନୋଟିସ୍‌ ଜାରି କରିଛନ୍ତି। ସମସ୍ତେ ନିଜ ନିଜର ଜବାବ ଫାଇଲ୍‌ କରିବେ।

ଉଚ୍ଛେଦ ସଂକ୍ରାନ୍ତରେ ଆଗୁଆ ନୋଟିସ୍‌ ପାଇଥିଲେ କି, ନାହିଁ ଜଣାଇବା ଲାଗି ସତ୍ୟପାଠ ଫାଇଲ୍‌ କରିବାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଆବେଦନକାରୀମାନଙ୍କୁ କହିଛନ୍ତି।

ଆଜି ଶୁଣାଣି ଆରମ୍ଭ ହେବା ପରେ ଆବେଦନକାରୀଙ୍କ ପ୍ରତିନିଧିତ୍ବ କରୁଥିବା ଦୁଶ୍ୟନ୍ତ ଦାୱେ କହିଲେ ଯେ, ଯାଉଥିବା ଶୋଭାଯାତ୍ରା ବିନା ଅନୁମତିରେ ଅଟକି ଯିବାରୁ ଜାହାଙ୍ଗୀରପୁରୀରେ ଦଙ୍ଗା ‌ହୋଇଥିଲା। ଆମେ ଅଦାଲତର ଆଶ୍ରୟ ନେବୁ ବୋଲି ଜାଣିବା ପରେ ଉଚ୍ଛେଦ ଅଭିଯାନ ରାତି ୨ଟାରୁ ସକାଳ ୯ ପର୍ଯ୍ୟନ୍ତ ଚାଲିବ ବୋଲି ବ୍ୟବସ୍ଥା କରାଯାଇଥିଲା। ଗତକାଲି ଅଦାଲତ ରହିତାଦେଶ ଦେବା ପରେ ମଧ୍ୟ ଉଚ୍ଛେଦ ଅଭିଯାନ ଚାଲିଥିଲା।

publive-image Image Courtesy of India Today

ଦିଲ୍ଲୀ ‘ବିଜେପି’ ସଭାପତି ଚିଠି ଲେଖିବା ପରେ କେମିତି ଉଚ୍ଛେଦ ଅଭିଯାନ ଆରମ୍ଭ ହେଲା? ଉଚ୍ଛେଦ ପାଇଁ ‘ଏମ୍‌ସିଡି’ ନିୟମ, ନୋଟିସ ଜାରି ଇତ୍ୟାଦି ବ୍ୟବସ୍ଥା ଅଛି। ଦେଶର ଆଇନ ମଧ୍ୟ ଅଛି। ଦିଲ୍ଲୀରେ ୧,୭୦୦ ଅଣସ୍ବୀକୃତି ପ୍ରାପ୍ତ କଲୋନି ରହିଛି। ୫୦ ଲକ୍ଷ ଲୋକଙ୍କୁ ନିୟମିତ କରାଯାଇଛି। କିନ୍ତୁ, ଗୋଟାଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଟାର୍ଗେଟ୍‌ କରାଗଲା କାହିଁକି? ତାହା ପୁଣି କେବଳ ଗରିବ ଲୋକମାନେ ରହୁଥିବା ଅଞ୍ଚଳରେ। ସୈନିକ ଫାର୍ମ କିଂବା ଗଲଫ୍‌ ଲିଙ୍କ୍‌ସ୍‌ ଅଞ୍ଚଳରେ ଉଚ୍ଛେଦ କରାଯାଇନାହିଁ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇ କପିଲ୍‌ ସିବଲ ମଧ୍ୟ କହି‌ଥିଲେ ଯେ, ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରି ଉଚ୍ଛେଦ ଅଭିଯାନ ଚାଲିଥିଲା। ଅନ୍ୟ ଜଣେ ଆବେଦନକାରୀଙ୍କ ଓକିଲ ସଞ୍ଜୟ ହେଗ୍‌ଡ଼େ ମଧ୍ୟ କହିଥିଲେ ଯେ, ନିର୍ମାଣ ଆଇନସମ୍ମତ ବୋଲି କାଗଜପତ୍ର ଦେଖାଇବା ସତ୍ତ୍ବେ ଘର ଭଙ୍ଗାଯାଇଥିଲା।

ସେହିପରି, ଉତ୍ତର ଦିଲ୍ଲୀ ମହାନଗର ନିଗମର ପ୍ରତିନିଧିତ୍ବ କରୁଥିବା ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଚେତନ ଶର୍ମା କହିଲେ, ଯେ, ଗତକାଲି କେବଳ ଫୁଟ୍‌ପାଥ୍‌ରେ ଥିବା ଛୋଟଧରଣର ସାମଗ୍ରୀ ସବୁ ଉଚ୍ଛେଦ କରାଯାଇଥିଲା। ଏ କଥା ଶୁଣି ବିଚାରପତି ଭୂଷଣ ରାମକୃଷ୍ଣ କହିଲେ, ଛୋଟ ଚେୟାର୍‌, ବାକ୍ସ ଆଦି ଉଠାଇବା ପାଇଁ କ’ଣ ବୁଲଡୋଜର୍‌ ଆବଶ୍ୟକ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe