ଦିଲ୍ଲୀରେ ପଶିପାରିବନି ଡିଜେଲରେ ଚାଲୁଥିବା ଟ୍ରକ

ଦିଲ୍ଲୀରେ ପଶିପାରିବନି ଡିଜେଲରେ ଚାଲୁଥିବା ଟ୍ରକ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ସ୍ତରରେ ପହଞ୍ଚିବା ପରେ ଆମ୍ ଆଦମୀ ପାର୍ଟି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ରାଜଧାନୀରେ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷେଧାଦେଶକୁ କାର୍ଯ୍ୟକାରୀ କରିବା ପାଇଁ ୬ ଜଣିଆ କମିଟି ଗଠନ କରାଯାଇଛି। କେବଳ ବିଏସ- ୬ ଗାଡିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ମିଳିବ। ସିଏନଜି, ଇଲେକ୍ଟ୍ରିକ୍ ଏବଂ ଅତ୍ୟାବଶ୍ୟକ ସେବା ସହ ଜଡିତ ଟ୍ରକ୍ ବ୍ୟତୀତ ଅନ୍ୟ ସବୁ ଡିଜେଲ ଚାଳିତ ଯାନ ଉପରେ ପ୍ରତିବନ୍ଧକ ରହିବ | ସେହିପରି ଆଜିଠାରୁ ରାଜପଥ, ସଡକ ନିର୍ମାଣ, ଫ୍ଲାଏ ଓଭର, ପାଇପଲାଇନ ଏବଂ ବିଦ୍ୟୁତ ପରିବହନ କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀ ଭିତରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ଟ୍ରକର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି।

ଅତ୍ୟାବଶ୍ୟକ ସେବା ସହିତ ସିଏନଜି ଏବଂ ଇଲେକ୍ଟ୍ରିକ୍ ଟ୍ରକକୁ ଅନୁମତି ଦିଆଯିବ | ଦିଲ୍ଲୀ ପରିବେଶ ମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଅଧା କର୍ମଚାରୀ 'ୱାର୍କ ଫ୍ରମ ହୋମ' ବା ଘରୁ କାମ କରିବେ। ଏହା ବ୍ୟତୀତ ବେସରକାରୀ କମ୍ପାନୀଗୁଡିକ ମଧ୍ୟ କର୍ମଚାରୀମାନଙ୍କୁ ଯଥାସମ୍ଭବ ଘରୁ କାମ କରିବାକୁ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଛି। ସେ କହିଛନ୍ତି, ୫୦ ପ୍ରତିଶତ ସରକାରୀ କର୍ମଚାରୀ ଘରୁ କାମ କରିବେ | ଉଲ୍ଲେଖ ଥାଉ କି ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବାରୁ ଆଗାମୀକାଲିଠାରୁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟ ସବୁ ବନ୍ଦ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe