ମୋଦୀ ଓ କେଜ୍ରିଓ୍ବାଲଙ୍କ ମଧ୍ୟରେ କୌଣସି ଫରକ୍ ନାହିଁ : ରାହୁଲ ଗାନ୍ଧି

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ କେଜ୍ରିଓ୍ବାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭଳି ସମାନ ପ୍ରଚାର ଏବଂ ମିଥ୍ୟା ପ୍ରତିଶ୍ରୁତି ରଣନୀତି ଅନୁସରଣ କରୁଛନ୍ତି।

Modi-aravinda-rahul

Modi-aravinda-rahul Photograph: (sambad.in)

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍) ଆବାହକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭଳି ସମାନ ପ୍ରଚାର ଏବଂ ମିଥ୍ୟା ପ୍ରତିଶ୍ରୁତି ରଣନୀତି ଅନୁସରଣ କରୁଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ସାଧାରଣ ସଭାରେ ରାହୁଲ ଗାନ୍ଧି ପ୍ରତିଶ୍ରୁତି ଦେଇଥିଲେ ଯେ ଜାତୀୟ ରାଜଧାନୀରେ କଂଗ୍ରେସ କ୍ଷମତାକୁ ଆସିଲେ ଜାତିଗତ ଜନଗଣନା କରାଯିବ। ସଂରକ୍ଷଣ ସୀମା ବୃଦ୍ଧି କରିବା ସହ ଜାତିଗତ ଜନଗଣନା ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାହୁଲ ଗାନ୍ଧୀ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।

ଉଭୟ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ସହଯୋଗୀ। ଦିଲ୍ଲୀର ସିଲମପୁର ଅଞ୍ଚଳରେ ଏକ ସାଧାରଣ ସଭାରେ କଂଗ୍ରେସ ନେତା ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ଜାତି ଓ ଧର୍ମର ବ୍ୟକ୍ତିଙ୍କ ବିରୋଧରେ ହିଂସା ହୁଏ ତେବେ ସେ ସେହି ବ୍ୟକ୍ତିଙ୍କ ସହ ଠିଆ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe