Image Courtesy of The Times of India
ପାଣାଜୀ: ଲକ୍ଡାଉନ୍ ପ୍ରଭାବରେ ଗୋଆରେ ନିଶାଦ୍ରବ୍ୟ ବିକ୍ରୟ କରୁଥିବା ବୁଲାବିକାଳିମାନେ ଜୀବିକା ନିର୍ବାହ ପାଇଁ ବିକଳ୍ପ ପନ୍ଥା ଗ୍ରହଣ କରିଛନ୍ତି। ଗୁଜୁରାଣ ମେଣ୍ଟାଇବା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ବୁଲି ବୁଲି ନିଶାଦ୍ରବ୍ୟ ବିକ୍ରୟ କିଂବା ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକେ ଏବେ କାର୍ ଧୋଇବା, ରାଜମିସ୍ତ୍ରୀଙ୍କ ପାଖରେ ସାହାଯ୍ୟକାରୀ ଭଳି କାମ କରୁଛନ୍ତି। ଅଳ୍ପ କେତେଜଣ ପରିବାପତ୍ର ଓ ଫଳ ବିକ୍ରୟ କରୁଛନ୍ତି।
ଏହାଛଡ଼ା, ଲକ୍ଡାଉନ୍ ସମୟରେ ମାପୁସା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରର ଡ୍ରଗ୍ ଟ୍ରିଟ୍ମେଣ୍ଟ୍ ସେଣ୍ଟର୍ରେ ଖୋଲାଯାଇଥିବା ଅପଏଡ୍ ସବ୍ଷ୍ଟିଚ୍ୟୁସନ୍ ଥେରାପି (ଓଏସ୍ଟି) ଗତ ତିନି ମାସ ହେବ ନିଶାଖୋର୍ମାନଙ୍କ ଥଇଥାନ ପାଇଁ ମଧ୍ୟ ବ୍ୟବସ୍ଥା କରୁଛି। ସ୍ବାବଲମ୍ବୀ କରାଇବା ନିମନ୍ତେ ସେମାନଙ୍କୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯିବା ଏବଂ ମାସ୍କ୍ ଆଦି ତିଆରି ଶିକ୍ଷା ଦିଆଯାଉଛି। ମାର୍ଚ ମାସ ପୂବର୍ରୁ ସବ୍ଷ୍ଟିଚ୍ୟୁସନ୍ ଥେରାପିକୁ ହାରାହାରି ୩୦ ଜଣ ନିୟମିତ ଆସୁଥିବା ବେଳେ ଏପ୍ରିଲ୍ରେ ସେମାନଙ୍କ ସଂଖ୍ୟା ୬୦କୁ ବୃଦ୍ଧି ଥିଲା। ଏହି ଆଗମନ ପ୍ରତ୍ୟକ୍ଷ ଭାବେ ଗୋଆର ନିଶାଦ୍ରବ୍ୟ ବିକ୍ରି ସହ ସଂଶ୍ଳୀଷ୍ଟ ବୋଲି ମେଡିକାଲ ଅଫିସର୍ ଡାକ୍ତର ରବୀନ୍ଦ୍ର ପାଟିଲ୍ କହନ୍ତି। ହେରୋଇନ୍ ଅଭ୍ୟସ୍ତ ୬୮ଜଣ ବ୍ୟକ୍ତିଙ୍କୁ ମିଥାଡୋନ୍ ମେଣ୍ଟେନାନ୍ସ ଟ୍ରିଟ୍ମେଣ୍ଟ୍ରେ ରଖାଯାଇଛି। ଆହୁରି ୪୦ ରୁ ୫୦ ଜଣ ବ୍ୟକ୍ତିଙ୍କୁ ନ୍ୟାସ୍ନାଲ୍ ଏଡ୍ସ୍ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ମାଧ୍ୟମରେ ପ୍ରବର୍ତ୍ତନ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି।
Image Courtesy of The Times of Indiaଡାକ୍ତର ପାଟିଲ୍ କହନ୍ତି, ଲକ୍ଡାଉନ୍ କୋହଳ ହେବା ପରେ ଧୀରେ ଧୀରେ ପରିସ୍ଥିତି ସ୍ବାଭାବିକ ହେଉଛି। କିନ୍ତୁ, ଯେତେ କମ୍ ହେଉ ପଛକେ, ନିଶାଦ୍ରବ୍ୟ ବିକ୍ରି ଓ ଖାଇବାରେ ସମ୍ପୃକ୍ତ ବ୍ୟକ୍ତିମାନେ ଏବେ ନିଜ ନିଜର ବିକଳ୍ପ ଆୟରେ ସନ୍ତୁଷ୍ଟ ଅଛନ୍ତି।
Follow Us