ପୁଣେରେ ବିଦ୍ୟୁତ ନଥିବାରୁ ମହମବତୀ ଜଳାଇ ଭୋଟ୍‌ ଦେଲେ ମତଦାତା

Advertisment
ପୁଣେରେ ବିଦ୍ୟୁତ ନଥିବାରୁ ମହମବତୀ ଜଳାଇ ଭୋଟ୍‌ ଦେଲେ ମତଦାତା

indiatimes.com

ପୁଣେ : ନିର୍ବାଚନ ପୂର୍ବରୁ ପ୍ରଚାର ସମୟରେ ବିଭିନ୍ନ ଦଳର ନେତାମାନେ ଜନସାଧାରଣଙ୍କୁ ଅନେକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ମତଦାନ ପାଇ ଜିତିବା ପରେ ସେମାନେ ନିଜର ପ୍ରତିଶ୍ରୁତିକୁ ଭୁଲିଯିବାର ଅନେକ ଦୃଶ୍ୟ ପୂର୍ବରୁ ସାମ୍ନାକୁ ଆସିଛି । କିନ୍ତୁ ପୁଣେରେ ଏକ ପୋଲିଂ ବୁଥ୍‌ରେ ମତଦାନ ପୂର୍ବରୁ ହିଁ ନେତାମାନେ ନିଜର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଦେଖାଯାଇଛି ।

Image result for Polling Booth In Pune Had No Electricity, So People Had To Vote In Candlelight India Today

ଆଜି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଥିବା ବେଳେ ଲଗାଣ ବର୍ଷା ସତ୍ତ୍ୱେ ଲୋକେ ମତଦାନ କରିବାକୁ ପହଞ୍ଚିଥିଲେ । କିନ୍ତୁ ପୁଣେର ଶିବାଜୀ ନଗର ବୁଥ୍‌ରେ ବିଦ୍ୟୁତ ନଥିବାରୁ ଲୋକେ ମହମବତୀ ଆଲୋକରେ ଭୋଟ ଦେବାକୁ ବାଧ୍ୟ ହୋଇଥିଲେ । ଚାହିଁଥିଲେ ବିଦ୍ୟୁତ୍‌ ସଂଯୋଗର ଅନ୍ୟ ବ୍ୟବସ୍ଥା ମଧ୍ୟ ହୋଇ ପାରିଥାନ୍ତା । କିନ୍ତୁ ସେ ଦିଗ ପ୍ରତି କାହାର ଧ୍ୟାନ ନଥିଲା । ବିଦ୍ୟୁତ୍‌ ସମସ୍ୟା ପାଇଁ ପାଖାପାଖି ୮ଟି ପୋଲିଂ ବୁଥ୍‌ରେ ମତଦାନ କରିବାରେ ସମସ୍ୟା ଉପୁଜିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe