ଉତ୍ତରକାଶୀର ୬୮ଟି ଗ୍ରାମର ଗ୍ରାମବାସୀଙ୍କ ପାଇଁ ହଜି ଯାଇଛି ‘ବିକାଶ’: ଶେଷରେ ଉପାୟହୀନ ହୋଇ ଲୋକେ କହିଲେ ‘ବିଜୁଳି ନାହିଁ ତ ଭୋଟ ନାହିଁ’

Advertisment
ଉତ୍ତରକାଶୀର ୬୮ଟି ଗ୍ରାମର ଗ୍ରାମବାସୀଙ୍କ ପାଇଁ ହଜି ଯାଇଛି ‘ବିକାଶ’: ଶେଷରେ ଉପାୟହୀନ ହୋଇ ଲୋକେ କହିଲେ ‘ବିଜୁଳି ନାହିଁ ତ ଭୋଟ ନାହିଁ’

ଉତ୍ତରକାଶୀ (ଉତ୍ତରାଖଣ୍ଡ): ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଅଞ୍ଚଳବାସୀ ସେମାନଙ୍କର ପୁଞ୍ଜିଭୂତ ଅସନ୍ତୋଷକୁ ଜାହିର କରିବା ପାଇଁ ନିର୍ବାଚନକୁ ମାଧ୍ୟମ କରିଥାଆନ୍ତି। ସେମାନଙ୍କର ମୌଳିକ ଆବଶ୍ୟକତାକୁ ପୂରଣ କରା ନ ଗଲେ ସେମାନେ ‘ଭୋଟ ବର୍ଜନ’ କରିବା ପାଇଁ ଧମକ ଦେଇ ଥାଆନ୍ତି। ଏହା ଏକ ପ୍ରଚଳିତ ଧାରା। ଚଳିତ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ଏହି ଧାରା ବଳବତ୍ତର ରହିଥିବା ଦେଖିବାକୁ ମିଳିଛି।

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଅନ୍ତର୍ଗତ ପ୍ରାୟ ୬୮ରୁ ଉର୍ଦ୍ଧ୍ୱ ଗ୍ରାମର ଗ୍ରାମବାସୀ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନକୁ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି। ନିକଟରେ ଏକ ଜାତୀୟ ସ୍ତରର ସମ୍ବାଦ ସରବରାହ ସଂସ୍ଥାର ସାମ୍ବାଦିକମାନେ ଏହି ସବୁ ଅଞ୍ଚଳ ଗସ୍ତ କରିଥିବା ବେଳେ ସେମାନେ ‘ଭୋଟ ବର୍ଜନ’ ପାଇଁ ନିଷ୍ପତ୍ତି ନେଇଥିବା କହିଥିଲେ।

publive-image

ସେମାନେ ଅଭିଯୋଗ କରି କହିଥିଲେ ଯେ ସ୍ୱାଧୀନତା ପ୍ରାପ୍ତିକୁ ୭୦ ବର୍ଷ ପୂରିଗଲାଣି। ହେଲେ, ଆମର ଏଠି ମୋରି- ପୁରୋଲା ଅଞ୍ଚଳରେ ଏବେ ବି ୪୦ଟି ଗ୍ରାମରେ ବିଜୁଳି ଆଲୋକ ନାହିଁ। ଯିବା ଆସିବା କରିବାକୁ ରାସ୍ତା ନାହିଁ। ଏଠାରେ ନା ଅଛି ଚିକିତ୍ସା ସୁବିଧା ନା ଅଛି ଶିକ୍ଷା ସୁବିଧା। ସାମାନ୍ୟ ଦେହ ଖରାପ ହେଲେ ଆମକୁ ପାଦରେ ଚାଲିଚାଲି ହିମାଚଳ ପ୍ରଦେଶରେ ଥିବା ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବାକୁ ପଡ଼ୁଛି ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଉପେନ୍ଦ୍ର ଚୌହାନ୍‌। ଆମେ ମନେ ପଡ଼ୁ କେବଳ ନିର୍ବାଚନ ଆସିଲେ। ନେତାମାନେ ଆସନ୍ତି, ଆମକୁ ଗଦାଗଦା ପ୍ରତ୍ରିଶ୍ରୁତି ଦିଅନ୍ତି। ହେଲେ, ନିର୍ବାଚନ ସରିଯିବା ପରେ ସେମାନଙ୍କର ଆଉ ଦେଖା ମିଳେ ନାହିଁ ପୁଣି ଆସନ୍ତା ପାଞ୍ଚ ବର୍ଷ ପାଇଁ।

publive-image

ଉତ୍ତରକାଶୀ ଗ୍ରାମର ଗ୍ରାମବାସୀଙ୍କ ଏ ଅଭିଯୋଗ ସାଧାରଣ ମନେ ହୋଇପାରେ! ଅଭିଯୋଗରେ କୌଣସି ନୂତନତ୍ୱ ନଥିବା ଲାଗି ପାରେ। ହେଲେ, ଦେଶର ସଚେତନ ନାଗରିକମାନଙ୍କୁ ଆଜିର ତାରିଖରେ ଉତ୍ତରକାଶୀ ଗ୍ରାମର ଗ୍ରାମବାସୀଙ୍କ ଏପ୍ରଶ୍ନ ଓ ‘ଭୋଟ ବର୍ଜନ’ ଧମକ ନିଶ୍ଚିତ ରୂପେ ଚକିତ କରୁଛି। କାରଣ, ଶାସନା କ୍ଷମତାରେ ଥିବା ମୋଦି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଖୁବ୍‌ ଜୋରସୋରରେ ପ୍ରଚାର କରୁଥିଲେ ଯେ ତାଙ୍କର ଶାସନକାଳରେ ଦେଶର ଓ ଦେଶବାସୀଙ୍କର ଖୁବ୍‌ ବିକାଶ ହୋଇଛି। ଯାହାକି ବିଗତ ୫୫ ବର୍ଷ ମଧ୍ୟରେ ହୋଇ ନଥିଲା। ଦେଶରେ ଏମିତି କୌଣସି ଗାଁ ନାହିଁ ଯେଉଁଠି ବିଜୁଳିବତି ନାହିଁ; ଏମିତି କୌଣସି ରୋଷେଇ ଘର ନାହିଁ ଯେଉଠି ରନ୍ଧନ ଗ୍ୟାସ୍‌ ନାହିଁ! ତେଣୁ, ସ୍ୱାଭାବିକ ଭାବେ ଉତ୍ତରକାଶୀ ଗ୍ରାମର ଗ୍ରାମବାସୀଙ୍କ ଏ ପ୍ରଶ୍ନ ଓ ଏପ୍ରକାରର ନିଷ୍ପତ୍ତି ଆଜି ମନରେ ସୃଷ୍ଟି କରୁଛି ଅନେକ ପ୍ରଶ୍ନବାଚୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe