Image Courtesy of India Today
ନୂଆଦିଲ୍ଲୀ: ବଳିଷ୍ଠ ପ୍ରମାଣ ନ ପାଇବା କାରଣରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍ଜେଡି’ ମୁଖ୍ୟ ଲାଲୁ ପ୍ରସାଦଙ୍କ ବିରୋଧରେ ‘ସିବିଆଇ’ ଚଳାଇଥିବା ୨୦୧୮ର ଗୋଟାଏ ଲାଞ୍ଚ ମାମଲାର ପ୍ରାଥମିକ ତଦନ୍ତକୁ ବନ୍ଦ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
ତେଣୁ, ଏହି ମାମଲାରେ ‘ସିବିଆଇ’ ଚଳାଇଥିବା ପ୍ରାଥମିକ ତଦନ୍ତର ଅବସାନ ଘଟିଛି।
ଅଭିଯୋଗ ହୋଇଥିଲା କି, ୨୦୧୧ରେ ଲାଲୁ ପ୍ରସାଦଙ୍କ ପୁତ୍ର ତେଜସ୍ବୀ ଏବଂ ଝିଅ ଚନ୍ଦା ଓ ରାଗିଣୀ ୪ ଲକ୍ଷ ଟଙ୍କା ବିନିମୟରେ ‘ଏବି ଏକ୍ସପୋର୍ଟସ୍’ ନାମରେ ଗୋଟାଏ କମ୍ପାନି ଖରିଦ କରିଥିଲେ। ‘ସେଲ୍ କମ୍ପାନି’ ବୋଲି କୁହାଯାଉଥିବା ‘ଏବି ଏକ୍ସପୋର୍ଟସ୍’ ୨୦୦୭ରେ ୫ କୋଟି ଟଙ୍କା ବିନିମୟରେ ‘ନିଉ ଫ୍ରେଣ୍ଡସ୍ କଲୋନି’ରେ ଗୋଟାଏ ଘର କିଣିଥିଲା।
Image Courtesy of NDTVକିନ୍ତୁ, ୨୦୧୧ରେ ଲାଲୁଙ୍କ ଆତ୍ମୀୟମାନେ ୪ ଲକ୍ଷ ଟଙ୍କା ବିନିମୟରେ କମ୍ପାନିଟିକୁ କିଣିବା ପରେ କୋଟି କୋଟି ଟଙ୍କାର ଅର୍ଥ ସେମାନଙ୍କ ମାଲିକାନାକୁ ଆସିଥିଲା। ଅଭିଯୋଗ ହୋଇଥିଲା ଯେ, ନୂଆଦିଲ୍ଲୀ ରେଳ ଷ୍ଟେସନ୍ ଏବଂ ବାନ୍ଦ୍ରା ରେଳ ଷ୍ଟେସନ୍ର କିଛି ପ୍ରକଳ୍ପ ପାଇବା ଲାଗି ‘ଡିଏଲ୍ଏଫ୍’ ‘ଏବି ଏକ୍ସପୋର୍ଟ’ ଜରିଆରେ ଲାଞ୍ଚ ଦେଇଥିଲା। ସେହି କାରଣରୁ ଲାଲୁଙ୍କ ସନ୍ତାନସନ୍ତତି ଉକ୍ତ କମ୍ପାନିକୁ କ୍ରୟ କରିଥିଲେ।
ସ୍ମରଣଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍ଦଣ୍ଡାଦେଶ ଭୋଗୁଥିବା ଲାଲୁ ପ୍ରସାଦଙ୍କୁ ଏ ମାସ ପ୍ରାରମ୍ଭରେ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ଦେବା ପରେ ସେ ରାଞ୍ଚି ଜେଲ୍ରୁ ମୁକୁଳି ଥିଲେ।
Follow Us