ନାଥୁରାମଙ୍କ ଛଡ଼ା ଅନ୍ୟ କେହି ଗାନ୍ଧୀଜୀଙ୍କୁ ହତ୍ୟା କରିଥିବାର ପ୍ରମାଣ ନାହିଁ: ଆଡ୍‌ଭୋକେଟ୍‌ ଅମରେନ୍ଦ୍ର ଶରଣ

Advertisment
ନାଥୁରାମଙ୍କ ଛଡ଼ା ଅନ୍ୟ କେହି ଗାନ୍ଧୀଜୀଙ୍କୁ ହତ୍ୟା କରିଥିବାର ପ୍ରମାଣ ନାହିଁ: ଆଡ୍‌ଭୋକେଟ୍‌ ଅମରେନ୍ଦ୍ର ଶରଣ

Image Courtesy of India Today

ନୂଆଦିଲ୍ଲୀ: ନାଥୁରାମ ଗଡ୍‌ସେଙ୍କ ଛଡ଼ା ଅନ୍ୟ କୌଣସି ବ୍ୟକ୍ତି ଗାନ୍ଧୀଜୀଙ୍କୁ ହତ୍ୟା କରିଥିବା କଥା କହିବାକୁ କୌଣସି ପ୍ରମାଣ ନାହିଁ ବୋଲି ଆଜି ବରିଷ୍ଠ ଆଡ୍‌ଭୋକେଟ୍‌ ଅମରେନ୍ଦ୍ର ଶରଣ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ଗାନ୍ଧୀଜୀଙ୍କ ମୃତ୍ୟୁ ଘଟନାର ପୁନଃ ତଦନ୍ତ କରାଇବା ପାଇଁ କରାଯାଇଥିବା ଜନସ୍ୱାର୍ଥ ମାମଲାରେ ସହାୟତା କରିବାକୁ ସୁପ୍ରିମ୍‌ କୋର୍ଟ ଶରଣଙ୍କୁ ନିଯୁକ୍ତି କରିଥିଲେ।

ମୁମ୍ବାଇନିବାସୀ ଗବେଷକ ଏବଂ ଅଭିନବ ଭାରତର ଟ୍ରଷ୍ଟି ଡକ୍ଟର ପଙ୍କଜ ଫଡ଼ନୀସ ପିଟିସନ୍‌ ଦାଏର୍‌ କରି କହିଥିଲେ କି, ଗାନ୍ଧୀଜୀଙ୍କ ହତ୍ୟାକାଣ୍ଡ ଇତିହାସରେ ସବୁଠୁ ଗୋପନୀୟ ଘଟଣା ମଧ୍ୟରୁ ଗୋଟିଏ।

ଫଡ଼ନୀସ ଜନସ୍ୱାର୍ଥ ମାମଲାରେ ଦାବି କରିଥିଲେ ଯେ ମହାତ୍ମାଙ୍କ ହତ୍ୟାକାଣ୍ଡରେ ଦୁଇ ଜଣରୁ ଅଧିକ ଲୋକ ସମ୍ପୃକ୍ତ ଥିଲେ। ଏହାର ଉତ୍ତର ପାଇବାକୁ ସୁପ୍ରିମ୍‌ କୋର୍ଟ ଶରଣଙ୍କୁ ଜଣେ ଆମିକ୍ୟୁସ୍‌ କ୍ୟୁରି ଭାବେ ନିଯୁକ୍ତ କରି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କୁ ସହାୟତା କରିବାକୁ କହିଥିଲେ।
ଶରଣ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ ମହାତ୍ମାଙ୍କୁ ସଫଳତାର ସହ ହତ୍ୟା କରିବାକୁ ଜଣେ ରହସ୍ୟମୟ ଦ୍ୱିତୀୟ ବ୍ୟକ୍ତି ସମ୍ପୃକ୍ତ ଥିବା କଥା ସାବ୍ୟସ୍ତ କରିବାକୁ କୌଣସି ପ୍ରମାଣ ନାହିଁ।

ସେ ଆହୁରି କହିଛନ୍ତି ଯେ ଜନସ୍ୱାର୍ଥ ମାମଲାରେ ଫଡ଼ନୀସ ଉଠାଇଥିବା ୪ଟି ଗୁଳି ପ୍ରସଙ୍ଗ ସାବ୍ୟସ୍ତ କରିବାକୁ ମଧ୍ୟ କୌଣସି ପ୍ରମାଣ ନାହିଁ।। ସେ କହିଥିଲେ କି, ୧୯୪୮ ଜାନୁଆରି ୩୦ ତାରିଖ ଦିନ ଗାନ୍ଧୀଜୀଙ୍କୁ ୪ଟି ଗୁଳିରେ ହତ୍ୟା କରାଯାଇଥିଲା।

ଚତୁର୍ଥ ଗୁଳି ଚୋଟରେ ହିଁ ଗାନ୍ଧୀଜୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ବୋଲି ଫଡ଼ନୀସଙ୍କ ଜନସ୍ୱାର୍ଥ ମାମଲା ଦାବି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe