ନାଗରିକତ୍ବ ବିଲ୍‌କୁ ନେଇ ବଢ଼ିଲା ଆଶାନ୍ତି: ଆସାମରେ ପରୀକ୍ଷା ବନ୍ଦ, ବଜାର ବନ୍ଦ ଓ ରାସ୍ତା ଅବରୋଧ

Advertisment
ନାଗରିକତ୍ବ ବିଲ୍‌କୁ ନେଇ ବଢ଼ିଲା ଆଶାନ୍ତି: ଆସାମରେ ପରୀକ୍ଷା ବନ୍ଦ, ବଜାର ବନ୍ଦ ଓ ରାସ୍ତା ଅବରୋଧ

(Photo Credits: ANI)

ଗୌହ୍ବାଟୀ: ନାଗରିକତ୍ବ ବିଲ୍‌ ୨୦୧୯କୁ ନେଇ ଆସାମରେ ଅଶାନ୍ତି ସୃଷ୍ଟି ହୋଇଛି। ଏହି ବିଲ୍‌ ବିରୋଧରେ ଆସାମର ବିଭିନ୍ନ ସଂସ୍ଥାର ଲୋକମାନେ ଏକତ୍ର ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି।। ବିରୋଧ ପ୍ରଦର୍ଶନକାରୀମାନେ ‘ଜୟ ଆସାମ’, ‘ନାକରିକତ୍ବ ବିଲ୍‌କୁ ଫେରାଇ ନିଅ’, ‘ବିଜେପି ଫେରିଯାଆ’, ‘ଆର୍‌ଏସ୍‌ଏସ୍‌ ଫେରିଯାଆ’ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛନ୍ତି। ଏହି ବିଲ୍‌କୁ ବିରୋଧ କରି ରାଜ୍ୟରେ ସ୍କୁଲ୍‌, ପରୀକ୍ଷା ଓ ବଜାର ଆଦି ବନ୍ଦ ହେବା ସହ ରାସ୍ତ ଅବରୋଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ, ଟିଏମ୍‌ସି ସମେତ ଅନ୍ୟ କେତେକ ଦଳର ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ଗତକାଲି ନାଗରିକ ସଂଶୋଧନ ବିଲ୍‌, ୨୦୧୯ ଗୃହୀତ ହୋଇଛି।

publive-image The Indian Express

ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଚାଲିଆସିଥିବା ଅଣମୁସ୍‌ଲିମ୍‌ ସମ୍ପ୍ରଦାୟ ଲୋକଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରିବାରେ ଏହା ସହାୟକ ହୋଇପାରିବ। ରବିବାର କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ଅନୁମୋଦନ ଦେଇଥିଲା। ସୋମବାର ଯୁଗ୍ମ ସଂସଦୀୟ କମିଟି ଦ୍ବାରା ମଞ୍ଜୁରି ମିଳିବା ପରେ ଏହାକୁ ଲୋକସଭାରେ ଆଗତ କରାଯାଇଥିଲା।

ଲୋକସଭାରେ  ବିଲ୍‌କୁ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ‘ଏହି ବିଲ୍ ଆଇନରେ ପରିଣତ ହେବା ଦ୍ବାରା ଆସାମ୍‌ର ଏନ୍‌ଆର୍‌ସି (ଜାତୀୟ ନାଗରିକ ପଞ୍ଜିକା) ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। କେବଳ ଆସାମକୁ ଲକ୍ଷ୍ୟରେ ରଖି ଏହି ବିଲ୍ ଅଣାଯାଇ ନାହିଁ। ବରଂ ଦେଶର ପଶ୍ଚିମ ଭାଗରେ ରହୁଥିବା ଶରଣାର୍ଥୀମାନଙ୍କୁ ଦୃଷ୍ଟିରେ ରଖି ଅଣାଯାଇଛି। ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ଭଳି କେତେକ ରାଜ୍ୟକୁ ଏଥିରେ ସାମିଲ କରାଯାଇଛି। ପଡ଼ୋଶୀ ଦେଶଗୁଡ଼ିକରୁ ଆସୁଥିବା ଶରଣାର୍ଥୀମାନଙ୍କ କଲ୍ୟାଣ କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe