ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପ୍ରକୋଷ୍ଠ ପାଖ ରିୟା ଚକ୍ରବର୍ତ୍ତୀଙ୍କ ଜେଲ୍‌ ପ୍ରକୋଷ୍ଠରେ ପଙ୍ଖା ନାହିଁ କି, ବିଛଣା ନାହିଁ

Advertisment
ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପ୍ରକୋଷ୍ଠ ପାଖ ରିୟା ଚକ୍ରବର୍ତ୍ତୀଙ୍କ ଜେଲ୍‌ ପ୍ରକୋଷ୍ଠରେ ପଙ୍ଖା ନାହିଁ କି, ବିଛଣା ନାହିଁ

Image Courtesy of India Forums

ମୁମ୍ବାଇ: ଆଜି ଜାମିନ ନାମଞ୍ଜୁର ହୋଇଥିବା ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇର ବାଇକୁଲା ଜେଲ୍‌ରେ ସିଲିଙ୍ଗ୍‌ ଫ୍ୟାନ୍‌ କିଂବା ବିଛଣା ନ ଥିବା ଗୋଟିକିଆ ପ୍ରକୋଷ୍ଠରେ ରଖାଯାଇଛି।

ତାଙ୍କ ପ୍ରକୋଷ୍ଠ ପାଖରେ ଅଛନ୍ତି ନିଜ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ନିରାପତ୍ତା ଦୃଷ୍ଟିରୁ ରିୟାଙ୍କୁ ଗୋଟିକିଆ ପ୍ରକୋଷ୍ଠରେ ରଖାଯାଇଛି। ଚିନ୍ତାର ବିଷୟ ହେଉଛି ଏହି ଯୁବତୀ ବଲିଉଡ୍‌ ଅଭିନେତ୍ରୀ ସୁଶାନ୍ତ ସିଂହ ରାଜପୁତ ତଦନ୍ତ ଘଟଣାରେ ଲୋକଲୋଚନକୁ ଆସିଛନ୍ତି। ଅନ୍ୟ କଏଦୀମାନେ ତାଙ୍କୁ ଆକ୍ରମଣ କରିପାରନ୍ତି।

publive-image Image Courtesy of NDTV

ତିନି ସିଫ୍ଟ୍‌ରେ ଦୁଇଜଣ କନେଷ୍ଟବଳ ତାଙ୍କୁ ଅହର୍ନିଶ ପହରା ଦେଉଛନ୍ତି। ଶୋଇବା ନିମନ୍ତେ ରିୟାଙ୍କୁ ଖଣ୍ଡେ ଚଟେଇ ଦିଆଯାଇଛି। ବିଛଣା କି, ତକିଆ ଦିଆଯାଇ ନାହିଁ।

ଜେଲ୍ କର୍ମଚାରୀମାନେ କହିଛନ୍ତି, ପ୍ରକୋଷ୍ଠରେ ପଙ୍ଖା ନାହିଁ; ଅଦାଲତ ଅନୁମତି ଦେଲେ ଟେବୁଲ୍ ପଙ୍ଖାଟିଏ ଯୋଗାଇ ଦିଆଯିବ। ଆଜିକାଲି କରୋନାଭାଇରସ୍ ଯୋଗୁଁ କଏଦୀମାନଙ୍କୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ଦୁଗ୍ଧ ଓ ହଳଦୀ ଦିଆଯାଉଛି। ମୁମ୍ବାଇ କେବଳ ମହିଳାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବାଇକୁଲା ଜେଲ୍‌ରେ ଗତ ଅଳ୍ପ କିଛି ମାସ ତଳେ କେତେଜଣ କୋଭିଡ୍-୧୯ ‌ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe