ରମଜାନ ପାଇଁ କୌଣସି ଉପବାସ କରିପାରିବେ ନାହିଁ ପାକ୍‌ ଏୟାରଲାଇନ୍‌ସର ପାଇଲଟ

ରମଜାନ ପାଇଁ କୌଣସି ଉପବାସ କରିପାରିବେ ନାହିଁ ପାକ୍‌ ଏୟାରଲାଇନ୍‌ସର ପାଇଲଟ

Image Courtsy: News Nation

ଇସ୍‌ଲାମାବାଦ: ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଜାତୀୟ ବିମାନ ବାହକ (ପିଆଇଏ) ଏହାର କ୍ୟାପଟେନ୍‌ ଏବଂ ପ୍ରଥମ ଅଧିକାରୀମାନଙ୍କୁ ଚଳିତ ପବିତ୍ର ରମଜାନ ମାସରେ ଉପବାସ ପାଳନ କରିବାକୁ ବାରଣ କରିଛି।

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ସ (ପିଆଇଏ)ର ଆଦେଶ ଦୁଇ ବର୍ଷ ପୂର୍ବେ କରାଚିରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାର ପୃଷ୍ଠଭୂମିରେ ଆସିଛି ଯେଉଁଥିରେ କ୍ରୁ ସଦସ୍ୟଙ୍କ ସମେତ ପ୍ରାୟ ୧୦୦ ଯାତ୍ରୀଙ୍କ ମୃତ୍ୟୁ ଘଟଥିଲା। ସେହି ବିମାନର ପାଇଲଟ୍‌ ରମଜାନ ଉପବାସ ରଖିଥିଲେ ଏବଂ ଦୁର୍ଘଟଣାର କାରଣ ପାଇଲଟଙ୍କ ଉପବାସ ହିଁ ଥିଲା ବୋଲି ତଦନ୍ତ ପରେ ଜଣା ପଡ଼ିଥିଲା।

ପିଆଇଏ ମୁଖପାତ୍ର ଅବଦୁଲ୍ଲା ହାଫିଜଙ୍କ କହିବା ଅନୁସାରେ, ରମଜାନ ମାସ ପାଇଁ କକପିଟ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷା ବୁଲେଟିନ ଜାରି କରାଯାଇଛି। ଡାକ୍ତରୀ କାରଣରୁ ଉପବାସ କରୁଥିବା ବେଳେ କକ୍‌ ପିଟ୍‌ କର୍ମଚାରୀଙ୍କୁ କାମ କରିବାକୁ ବାରଣ କରାଯାଇଛି। ଯେଉଁମାନେ ରମଜାନ ଉପବାସ ଛାଡିବାକୁ ଚାହାଁନ୍ତି ନାହିଁ ବା ପ୍ରସ୍ତୁତ ନୁହନ୍ତି ସେମାନେ ଛୁଟି ନେବାକୁ ହକଦାର ବୋଲି ସେ କହିଛନ୍ତି। ଏବଂ ଉପବାସ କାଳରେ ଉପବାସ ରଖିଥିବା ବା କରିଥିବା କୌଣସି କ୍ୟାବିନ୍‌ କ୍ରୁ ସଦସ୍ୟଙ୍କୁ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଉପବାସର ଗୁରୁତ୍ୱକୁ ଅସ୍ୱୀକାର କରାଯାଇନାହିଁ, ତଥାପି ଉପବାସ କରିବା ସମୟରେ ବିମାନରେ କର୍ତ୍ତବ୍ୟ ସମ୍ପାଦନ କରିବା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ସେ କହିଛନ୍ତି, ଉପବାସ ସମୟରେ ବିମାନ ଚଳାଚଳ କରିବା କେବଳ ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ ବରଂ ବିମାନରେ ଥିବା ସମସ୍ତଙ୍କ ପାଇଁ ମଧ୍ୟ ବିପଦପୂର୍ଣ୍ଣ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe