ଗର୍ଭବତୀ ନାହିଁ ଆଫ୍ରିକାରୁ ଆସିଥିବା ଚିତା ‘ଆଶା’, ଗୁଜବ ବୋଲି କହିଲେ ଡିଏଫଓ

Advertisment
ଗର୍ଭବତୀ ନାହିଁ ଆଫ୍ରିକାରୁ ଆସିଥିବା ଚିତା ‘ଆଶା’, ଗୁଜବ ବୋଲି କହିଲେ ଡିଏଫଓ

aajtak

ଭୋପାଳ: ଆଫ୍ରିକାରୁ ଆସିଥିବା ଚିତା ‘ଆଶା’ ଗର୍ଭବତୀ ଅଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଆଫ୍ରିକାରୁ ଆସିଥିବା ଚିତା ‘ଆଶା’ର ଶରୀରରେ ଅନ୍ତଃସତ୍ତ୍ବା ଥିବାର ସମସ୍ତ ଲକ୍ଷଣ ଦେଖାଯାଉଥିବାରୁ ଭାରତରେ ଚିତାସଂଖ୍ୟା ବୃଦ୍ଧି ହେବାର ଆଶା ଉଜ୍ଜ୍ବଳ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ଏହା କେବଳ ଗୁଜବ ଥିଲା ବୋଲି ଜଣାପଡ଼ିଛି। ଚିତା ‘ଆଶା’ ଗର୍ଭବତୀ ଥିବା ଜାଣି ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।​ ଏହି ଚର୍ଚ୍ଚାକୁ ନେଇ ଜାତୀୟ ଉଦ୍ୟାନ ପରିଚାଳନା ବିଭାଗଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ କାନକୁ କଥା ଯାଇଥିଲା। ଏବେ ଏଭଳି ଚର୍ଚ୍ଚା ମଧ୍ୟରେ ଜାତୀୟ ଉଦ୍ୟାନର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ କୌଣସି ଚିତା ଗର୍ଭବତୀ ନାହାନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ଚିତାର ନାଁ 'ଆଶା' ରଖି ନଥିବା ମଧ୍ୟ ସାମ୍ନାକୁ ଆସିଛି।

କୁନ୍ନୋ ନ୍ୟାସନାଲ ପାର୍କର ଡିଏଫଓ ପ୍ରକାଶ କୁମାର ବର୍ମା ଏହି ସୂଚନା ଦେଇଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ, ମଧ୍ୟପ୍ରଦେଶର କୁନ୍ନୋରେ ଆରମ୍ଭ ହୋଇଥିବା ଚିତା ପ୍ରକଳ୍ପର ଦେଖାଶୁଣା କରୁଥିବା ସରକାରୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମକରଣ କରିଥିବା ଚିତା ବାଘ ‘ଆଶା’ଠାରେ ଅନ୍ତଃସତ୍ତ୍ବା ଥିବାର ଆଚରଣଗତ, ଶାରୀରିକ ଏବଂ ହର୍ମୋନ୍‌ଗତ ଲକ୍ଷଣ ଦେଖାଯାଉଛି ବୋଲି ପ୍ରକାଶ କରିଛନ୍ତି । ଏଥି ସହ ଏହା ମଧ୍ୟ କହାଯାଇଥିଲା କି ସେମାନେ ଖୁବ୍‌ ଆନନ୍ଦିତ। ମାତ୍ର ‘ଆଶା’ ଅନ୍ତଃସତ୍ତ୍ବା ବୋଲି ସୁନିଶ୍ଚିତ ହେବାକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe