ndtv
କୋଲକାତା: ଜୁଲାଇ ୬ରୁ ୧୯ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଏବଂ ଅହମ୍ମଦାବାଦରୁ କୌଣସି ବିମାନ କୋଲକାତାରେ ଅବତରଣ କରିବ ନାହିଁ ବୋଲି ଶନିବାର ଡିଜିସିଏ କର୍ତ୍ତୃପକ୍ଷ କହିଛନ୍ତି। ପଶ୍ଚିମବଙ୍ଗ ସରକାର କରୋନାଭାଇରସ ବିସ୍ତାରକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା କର୍ତ୍ତୃପକ୍ଷ କହିଛନ୍ତି | କୋଲକାତା ବିମାନବନ୍ଦର ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, “ ଜୁଲାଇ ୬-୧୯ ପର୍ଯ୍ୟନ୍ତ କୋଲକାତାକୁ ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଏବଂ ଅହମ୍ମଦାବାଦରୁ କୌଣସି ବିମାନ ଚଳାଚଳ କରିବ ନାହିଁ।’
The Economic Timesଏହାପୂର୍ବରୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ଦେଶରେ ସର୍ବାଧିକ କୋଭିଡ -୧୯ ମାମଲା ପଞ୍ଜିକୃତ ହୋଇଥିବା ଅତି କମରେ ପାଞ୍ଚଟି କରୋନାଭାଇରସ୍ ‘ହଟସ୍ପଟ୍’ ରାଜ୍ୟରୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ। ସେହି ପାଞ୍ଚଟି ରାଜ୍ୟରୁ ବିମାନ ଚଳାଚଳ ବନ୍ଦ କରିବାକୁ ମଧ୍ୟ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା । ଅନ୍ୟ ରାଜ୍ୟରୁ ସପ୍ତାହରେ ଥରେ ବିମାନ ଉଡ଼ାଣକୁ ଅନୁମତି ଦିଆଯାଇପାରିବ ବୋଲି ସେ କହିଥିଲେ।
Follow Us