ଚେନ୍ନାଇ: ତାମିଲନାଡୁର ଆନ୍ନା ୟୁନିଭରସିଟି କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଡିଏମକେ ସାଂସଦ କାନିମୋଝି କରୁଣାନିଧି ଶନିବାର କହିଛନ୍ତି ଯେ, ମହିଳାଙ୍କ ପ୍ରତି କୌଣସି ପ୍ରକାର ହିଂସା ଗ୍ରହଣୀୟ ନୁହେଁ। ଆମେ ଏକ ସମାଜ ଭାବରେ ଏଭଳି ସ୍ଥିତିରେ ପହଞ୍ଚିବା ଉଚିତ୍ ଯେଉଁଠାରେ ମହିଳାଙ୍କ ପ୍ରତି କୌଣସି ହିଂସା ଯେପରି ହେଉ ନ ଥିବ।
ଡିଏମକେ ସାଂସଦ ମଧ୍ୟ ଏହି ପ୍ରସଙ୍ଗରେ ବିଜେପି ସମେତ ବିରୋଧୀ ଦଳକୁ କଡ଼ା ସମାଲୋଚନା କରିବା ସହ ଏହି ପ୍ରସଙ୍ଗରେ ରାଜନୀତି କରାଯାଉଥିବା ଅଭିଯୋଗ କରିଛନ୍ତି।
ଡିଏମକେ ସାଂସଦ କହିଛନ୍ତି, ଏନେଇ ଆମକୁ ଲଜ୍ଜିତ ହେବା ଉଚିତ୍। ମହିଳାଙ୍କ ପ୍ରତି କୌଣସି ପ୍ରକାର ହିଂସାକୁ ଗ୍ରହଣ କରାଯାଇପାରିବ ନାହିଁ। ଦୁର୍ଭାଗ୍ୟବଶତଃ, ଏଭଳି ଘଟଣା ଘଟିଛି। କ’ଣ କରିବାକୁ ହେବ ତାହା ଆମକୁ ଦେଖିବାକୁ ପଡ଼ିବ। ଆମକୁ ନିଶ୍ଚିତ କରିବାକୁ ପଡିବ ଯେ, ପୀଡିତା ଯେପରି ନ୍ୟାୟ ପାଇବେ।
କାନିମୋଝି କହିଛନ୍ତି, ସରକାର ନିଶ୍ଚିତ କରିବା ଉଚିତ୍ ଯେ, ଏହି ମାମଲାର ଯାଞ୍ଜ୍ ଏବଂ କୋର୍ଟ ପ୍ରକ୍ରିୟା ଏପରି ଢଙ୍ଗରେ ହେବ ଯେପରି ପୀଡ଼ିତାଙ୍କ ପାଇଁ ଏହା ସକାରାତ୍ମକ ପରିସ୍ଥିତି ସୃଷ୍ଟି କରିବ।
ସେ କହିଛନ୍ତି, 'ମୁଁ ବିରୋଧୀ ଓ ବିଜେପିକୁ ପଚାରିବାକୁ ଚାହେଁ, ଯେତେବେଳେ ଏହା ଘଟିଲା ସେତେବେଳେ ସେମାନେ କେଉଁଠାରେ ଥିଲେ? ମଣିପୁରରେ ସ୍ଥିତି ଏପର୍ଯ୍ୟନ୍ତ ଭଲ ହୋଇ ନାହିଁ। ତେବେ ରାଜନୈତିକ ଦଳମାନେ କେଉଁଠାରେ ଅଛନ୍ତି? ସେମାନେ ସେଠାରେ ଥିବା ମହିଳାଙ୍କ ବିଷୟରେ କାହିଁକି ଚିନ୍ତିତ ନୁହଁନ୍ତି?
ଅଧିକ ପଢ଼ନ୍ତୁ: ପାକିସ୍ତାନର ଆଣବିକ କ୍ଷେପଣାସ୍ତ୍ର ଟାଗେର୍ଟରେ ଇସ୍ରାଏଲ୍
ସୂଚନାଯୋଗ୍ୟ, ଗତ ସପ୍ତାହରେ ଆନ୍ନା ବିଶ୍ୱବିଦ୍ୟାଳୟରେ ଘଟଣାକୁ ନେଇ ବିଜେପି ଡିଏମକେ ସରକାରଙ୍କୁ ବିରୋଧ କରିଥିଲା। ଏହି ସମୟରେ ତାମିଲନାଡୁ ବିଜେପି ସଭାପତି କେ.ଅନ୍ନାମଲାଇ ଘଟଣାର ପ୍ରତିବାଦରେ ନିଜ ଘର ସାମ୍ନାରେ ନିଜକୁ ଚାବୁକ୍ରେ ପିଟିଥିଲେ।
ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଡିସେମ୍ବର ୨୩ରେ ପୁଲିସ ନିକଟରେ କରିଥିବା ଅଭିଯୋଗରେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ, ସୋମବାର ରାତି ପ୍ରାୟ ୮ ଟା ସମୟରେ ସେ ବିଶ୍ୱବିଦ୍ୟାଳୟ ପରିସରରେ ନିଜ ସାଙ୍ଗଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଧମକ ଦେଇ ନିର୍ଯାତନା ଦେଇଥିଲେ।
ଦାବି ହେଉଛି ଯେ, ଅଭିଯୁକ୍ତ ଶାସକ ଡିଏମକେ ସହ ଜଡିତ।ଏନେଇ ବିରୋଧୀ ଦଳ ଡିଏମକେ ସରକାରଙ୍କୁ ଟାର୍ଗେଟ କରିବା ସହିତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ କୋଣଠେସା କରୁଛନ୍ତି।
ଅଧିକ ପଢ଼ନ୍ତୁ: ଏତେ କୋଟିର ମାଲିକ ଗୀତ ପାଇଁ ବିବାଦୀୟ ହୋଇପଡ଼ିଥିବା ନନ୍ଦମୁରୀ ବାଲକ୍ରିଷ୍ଣା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/04/jLgomp2vRO4uR9aGrnb0.jpeg)