ଆସାମ: ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦେଖି ଆସାମ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜାନୁଆରି ୨୦୨୧ ପରେ ଦୁଇରୁ ଅଧିକ ସନ୍ତାନ ଜନ୍ମ କରୁଥିବା ବ୍ୟକ୍ତିଙ୍କୁ ଆଉ ସରକାରୀ ଚାକିରି ମିଳିବ ନାହିଁ ବୋଲି ଗତ ସୋମବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଜନସମ୍ପର୍କ ବିଭାଗ ପକ୍ଷରୁ ଏକ ବୟାନ ବି ଜାରି କରାଯାଇଛି।
/sambad/media/post_attachments/wp-content/uploads/2019/10/india-pollution_de512360-f476-11e9-a07e-c7ba67183ab2-1.jpg)
ଜନସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଛୋଟ ପରିବାର ଯୋଜନା ଆଧାରରେ ୨୦୨୧ ଜାନୁଆରିରୁ ଦୁଇରୁ ଅଧିକ ଶିଶୁ ଜନ୍ମ କରୁଥିବା ବ୍ୟକ୍ତିଙ୍କୁ ଆଉ ସରକାରୀ ଚାକିରି ଦିଆଯିବ ନାହିଁ। ଏତଦ୍ ବ୍ୟତୀତ କ୍ୟାବିନେଟ୍ ବୈଠକରେ ଅନ୍ୟ ପ୍ରସଙ୍ଗ ଉପରେ ବି ଆଲୋଚନାହୋଇଥିଲା। ଏଥିରେ ନୂଆ ଭୂମି ନୀତିକୁ ବି ମଞ୍ଜୁରୀ ମିଳିଛି। ଯେଉଁଥିରେ ଭୂମିହୀନ ଲୋକମାନଙ୍କୁ ରାଜ୍ୟରେ ତିନି ବିଘା (୦.୭୫ ଏକର)କୃଷି ଭୂମି ଓ ଘର ବନାଇବା ପାଇଁ ଆଧା ବିଘା ଜମି ମିଳିବ।
economictimesଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି, ଚଳିତ ବର୍ଷ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ।
Follow Us