ଶିବସେନାର ଦାବି : ମୁଖ୍ୟମନ୍ତ୍ରୀ ଆସନ ୫୦:୫୦ ଫର୍ମୁଲାରେ ବଣ୍ଟାଯିବ ବୋଲି ଅମିତ ଶାହା ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ସରକାର ଗଠନ ହୋଇପାରିବ ନାହିଁ

ଶିବସେନାର ଦାବି : ମୁଖ୍ୟମନ୍ତ୍ରୀ ଆସନ ୫୦:୫୦ ଫର୍ମୁଲାରେ ବଣ୍ଟାଯିବ ବୋଲି ଅମିତ ଶାହା ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ସରକାର ଗଠନ ହୋଇପାରିବ ନାହିଁ

India TV

ମୁମ୍ବାଇ: ହରିୟାଣାରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ମହାରାଷ୍ଟ୍ରରେ ଜାରି ରହିଛି ଅଚଳାବସ୍ଥା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ବାହାରିବାର ୨ ଦିନ ପରେ ବି ସରକାର ଗଠନ ନେଇ ଏଯାବତ୍‌ ନିଷ୍ପତ୍ତି ହୋଇ ପାରୁନାହିଁ। ଗୃହ ମନ୍ତ୍ରୀ ଅମିତ ଶାହା ୫୦:୫୦ ଫର୍ମୁଲାରେ ଶାସନ ହେବା ପ୍ରସ୍ତାବକୁ ସମର୍ଥନ ଦେଇ ପତ୍ର ଜରିଆରେ ଅବଗତ ନ କରିବା ପର୍ଯ୍ୟନ୍ତ ରାଜ୍ୟରେ ସରକାର ଗଠନ ହୋଇପାରିବ ନାହିଁ ବୋଲି କହି ଅଡ଼ି ବସିଛି ଶିବସେନା।

ଶିବସେନା ବିଧାୟକ ପ୍ରତାପ ସର୍‌ନାୟକ ଶିବସେନାର ସମସ୍ତ ବିଧାୟକ ଓ ଉଦ୍ଧବ ଠାକରେଙ୍କୁ ଶନିବାର ଭେଟିବା ପରେ ଗଣମାଧ୍ୟମରେ ନିଜର ମତ ରଖି ଏପରି କହିଛନ୍ତି।

publive-image MSN.com

ବିଜେପିର ଶୀର୍ଷ ନେତୃତ୍ୱଙ୍କଠାରୁ ଉଦ୍ଧବଜୀ ଏକ ଲିଖିତ ପ୍ରତିଶ୍ରୁତି ଚାହୁଁଛନ୍ତି। ଅମିତ ଶାହା ହୁଅନ୍ତୁ ବା ଦେବେନ୍ଦ୍ର ଫଡ୍‌ନାଭିସ୍‌, ବିଜେପି-ଶିବସେନ‌ା ୫୦:୫୦ ଫର୍ମୁଲାରେ ଶାସନ ଲାଗି ରାଜି ବୋଲି ଜଣାଇବା ପରେ ଯାଇ ରାଜ୍ୟରେ ସରକାର ଗଠନ ହେବ ବୋଲି ସେ କହିଛନ୍ତି। ଏହା ଫଳରେ ଶାସନ ଅବଧିର ଅଧା ସମୟ ବିଜେପିର ମୁଖ୍ୟମନ୍ତ୍ରୀ ରହିବା ବେଳେ ଅବଶିଷ୍ଟ ଅର୍ଦ୍ଧେକ ଶିବସେନା ହାତରେ ରହିବ ମୁଖ୍ୟମନ୍ତ୍ରୀ ଆସନ।

ଉଲ୍ଲେଖଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ  ବିଜେପିକୁ ୧୦୫ ଓ ଶିବସେନାକୁ ୫୬ ଆସନ ମିଳିଛି। ମ୍ୟାଜିକ ନମ୍ବର ୧୪୫ ହୋଇଥିବା ବେଳେ ଶିବସେନାର ବିନା ସମର୍ଥନରେ ବିଜେପି ସରକାର ଗଠନ କରିପାରିବ ନାହିଁ। ନାହିଁ ପରିସ୍ଥିତିର ଫାଇଦା ନେବାକୁ ବସିଛି ଶିବସେନା। ୫୦-୫୦ ଫର୍ମୁଲାରେ ଶାସନ ହେବା ପ୍ରସ୍ତାବରେ ବିଜେପି ରାଜି ହେଲେ ଯାଇ ସେ ସମର୍ଥନ ଦେବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe