୮୦୦ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧିରେ ସରକାରଙ୍କର କୌଣସି ଭୂମିକା ନାହିଁ: ମନସୁଖ ମାଣ୍ଡବ୍ୟ

Advertisment
୮୦୦ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧିରେ ସରକାରଙ୍କର କୌଣସି ଭୂମିକା ନାହିଁ: ମନସୁଖ ମାଣ୍ଡବ୍ୟ

economictimes

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ୮୦୦ ଅତ୍ୟାବଶ୍ୟକ ଔଷଧର ଦାମ୍ ପ୍ରାୟ ୧୦.୭ ପ୍ରତିଶତ ବଢ଼ିଛି। ପୂର୍ବରୁ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଏହି ଦର ବୃଦ୍ଧିକୁ ନେଇ ଲୋକେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ପେଟ୍ରୋଲ, ଡିଜେଲ, ଏଲ୍‌ପିଜି, ଖାଇବା ତେଲ ଆଦି ପରେ ଏବେ ଔଷଧ ଦର ସରକାର ବଢ଼ାଇ ଦେଇଥିବା ନେଇ ଲୋକେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ।

ସେ କହିଛନ୍ତି ଯେ, କିଛି ଜରୁରୀ ଔଷଧ ପାଇକାରୀ ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ପୀତି (ଡବ୍ଲୁପିଆଇ) ସହ ଜଡ଼ିତ, ଯାହାର ଦାମ ଡବ୍ଲପିଆଇ ଉପରେ ନିର୍ଭର କରେ। ଡବ୍ଲପିଆଇ ବଢ଼ିଲେ ଏହା ସହ ଜଡ଼ିତ ଔଷଧର ଦାମ ବଢ଼ିଥାଏ ଏବଂ ଡବ୍ଲପିଆଇ ହ୍ରାସ ପାଇଲେ ଔଷଧର ଦାମ ହ୍ରାସ ପାଇଥାଏ। ଏହି ଔଷଧର ମୂଲ୍ୟ ବୃଦ୍ଧିରେ ସରକାରଙ୍କର କୌଣସି ଭୂମିକା ନାହିଁ ।

ତେବେ ମାର୍ଚ୍ଚ ୨୭ରେ ଏନପିପିଏ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ, ଜ୍ବର, ସଂକ୍ରମଣ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ ଏବଂ ରକ୍ତହୀନତା ଭଳି ରୋଗର ଚିକିତ୍ସାରେ ଉପଯୋଗ ହେଉଥିବା ଅନେକ ଔଷଧ ଦାମ ବଢ଼ିଯିବ। ସେହି ଔଷଧ ଗୁଡ଼ିକ ମଧ୍ୟରେ ପାରାସିଟାମଲ, ଫେନୋବାରବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ, ସିପ୍ରୋଫ୍ଲୋକ୍ସେସିନ ହାଇଡ୍ରୋକ୍ଲୋରାଇଡ, ମେଟ୍ରୋନାଇଡେଜୋଲ ଆଦି ଔଷଧ ରହିଛି। ପାଇକାରୀ ମୂଲ୍ୟ ସୂଚୀ ତଥ୍ୟ ଆଧାରରେ ଔଷଧ ମୂଲ୍ୟରେ ଏହି ବୃଦ୍ଧି ଘୋଷଣା କରାଯାଇଛି। ସରକାରଙ୍କ ପକ୍ଷରୁ ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ପାଇକାରୀ ମୁଦ୍ରାସ୍ଫୀତିରେ ହୋଇଥିବା ବୃଦ୍ଧି ଆଧାରରେ ଔଷଧଗୁଡ଼ିକର ମୂଲ୍ୟ ବଢ଼ାଯାଇଛି ବୋଲି ଏନ୍‌ପିପିଏ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe