ହିନ୍ଦୁଙ୍କ ବିନା ଭାରତ ନାହିଁ, ଭାରତ ବିନା ହିନ୍ଦୁ ନାହାନ୍ତି: ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ

Advertisment
ହିନ୍ଦୁଙ୍କ ବିନା ଭାରତ ନାହିଁ, ଭାରତ ବିନା ହିନ୍ଦୁ ନାହାନ୍ତି: ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ

Image Courtesy of NDTV

ଗ୍ବାଲିଅର୍‌: ହିନ୍ଦୁଙ୍କ ବିନା ଭାରତ ନାହିଁ କି, ଭାରତ ବିନା ହିନ୍ଦୁ ନାହାନ୍ତି ବୋଲି ଶନିବାର ଦିନ ମଧ୍ୟପ୍ରଦେଶର ଗ୍ବାଲିଅର୍‌ରେ ଏକ କାର୍ଯ୍ୟକ୍ରମରେ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’ର (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଛନ୍ତି।

ସେ ଆହୁରି ଗୁରୁତ୍ବ ଦେଇ କହିଛନ୍ତି ଯେ, ଭାରତ ଓ ହିନ୍ଦୁ ଅବିଚ୍ଛେଦ୍ୟ ଅଟନ୍ତି। ଭାରତର ସ୍ବତନ୍ତ୍ର ମୂଲ୍ୟବୋଧ ଅଛି। ଏହା ହିଁ ହେଉଛି ହିନ୍ଦୁତ୍ବର ସାରାଂଶ। ଏହି କାରଣରୁ ଭାରତ ହିନ୍ଦୁମାନଙ୍କର ଦେଶ।

ଦେଶ ବିଭାଜନ ପ୍ରସଙ୍ଗରେ କହିବାକୁ ଯାଇ ସେ କହିଛନ୍ତି, ଦେଶ ବିଭାଜନ ପରେ ଭାରତ ଭାଙ୍ଗିଗଲା ଏବଂ ପାକିସ୍ତାନ ସୃଷ୍ଟି ହେଲା। ଆମେ ଯେ ହିନ୍ଦୁ, ଏ ଚିନ୍ତାଧାରାକୁ ପାସୋରି ଦେବାରୁ ଦେଶ ବିଭାଜନ ହେଲା। ସଂଖ୍ୟାଲଘୁମାନେ ବି ଏକଥା ଭୁଲିଗଲେ। ପ୍ରଥମେ ହିନ୍ଦୁ ବୋଲି ବିଚାର କରୁଥିବା ଜନସାଧାରଣଙ୍କ ସାମର୍ଥ୍ୟ ହ୍ରାସ ପାଇଲା, ତା’ପରେ ହ୍ରାସ ପାଇଲା ସେମାନଙ୍କ ସଂଖ୍ୟା। ସେଇଥି ପାଇଁ ପାକିସ୍ତାନ ଆଉ ଭାରତ ହୋଇ ରହିଲା ନାହିଁ।

publive-image Image Courtesy of News9 Live

ସେ ଆହୁରି ମଧ୍ୟ କହିଲେ ଯେ, ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଉଛି। ଆପଣମାନେ ଜାଣିପାରୁଥିବେ ଯେ, ହିନ୍ଦୁମାନଙ୍କ ସଂଖ୍ୟା ଓ ସାମର୍ଥ୍ୟ ହ୍ରାସ ପାଇଛି ଅଥବା ହିନ୍ଦୁତ୍ବ ଭାବାବେଗ ହ୍ରାସ ପାଇଛି। ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ ଚାହିଁବେ ତେବେ ଭାରତ ଅଖଣ୍ଡ ରହିବା ଆବଶ୍ୟକ।

ସୂଚନାଯୋଗ୍ୟ, ପୂର୍ବରୁ ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ଭାରତର ବିଭାଜନ ସମୟର ଦୁର୍ଦ୍ଦଶା ଭୁଲିଯିବା ଅନୁଚିତ। ଭାରତର ବିଭାଜନ ପ୍ରତ୍ୟାହୃତ ହେଲେ ଯାଇ ଦୁର୍ଦ୍ଦଶା ଭୁଲି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe