୩୧ ଜୁଲାଇ ପର୍ଯ୍ୟନ୍ତ ଉଡ଼ିପାରିବନି ଅନ୍ତର୍ଜାତୀୟ ଫ୍ଲାଇଟ : ଡିଜିସିଏ

Advertisment
୩୧ ଜୁଲାଇ ପର୍ଯ୍ୟନ୍ତ ଉଡ଼ିପାରିବନି ଅନ୍ତର୍ଜାତୀୟ ଫ୍ଲାଇଟ : ଡିଜିସିଏ

zee news

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଫ୍ଲାଇଟ ଚଳାଚଳ କଟକଣାକୁ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ସଂପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଘୋଷଣା କରାଯାଇଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କେତେକ ନିର୍ଦ୍ଦିଷ୍ଟ ରୁଟରେ କେତେକ ସ୍ବତନ୍ତ୍ର ଫ୍ଲାଇଟ ଓ କାର୍ଗୋ ବିମାନ ଚଳାଚଳ ଜାରି ରହିବ ।

ଗତ ମାର୍ଚ୍ଚ ୨୩ରେ ଦେଶରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନଚଳାଚଳକୁ ବନ୍ଦ ରଖାଯାଇଥିଲା । ତେବେ ଗତ ମେ ୨୫ରେ ଦେଶରେ ଘରୋଇ ରୁଟରେ ବିମାନସେବା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ସାରା ବିଶ୍ବରେ କରୋନା ମହାମାରୀର ପ୍ରକୋପ ବଢିଚାଲିଥିବାରୁ ଭାରତ ସରକାର ବିଦେଶୀ ରୁଟରେ ବିମାନଚଳାଚଳକୁ ଅନୁମତି ଦେଉନାହାନ୍ତି ।

ଗତ ମେ ୨୬ରେ ଡିଜିସିଏ ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣାକୁ ଜୁଲାଇ ୧୬ ପର୍ଯନ୍ତ ବୃଦ୍ଧି କରିଥିଲେ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ଡିଜିସିଏ ପୁଣି ତାହାକୁ ବଢାଇଦେଇଛନ୍ତି ।

ଏବେ ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ଓ କେତେକ ଘରୋଇ ବିମାନ  କେତେକ ନିର୍ଦ୍ଦିଷ୍ଟ ରୁଟରେ ଫ୍ଲାଇଟ ଚଳାଉଛନ୍ତି । ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଏସବୁ ଫ୍ଲାଇଟ ଚଳାଚଳ କରାଯାଉଛି ।

ଗତ ମାସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଯେ, ଯଦି କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା କମ ହୁଏ ଏବଂ ଏହାକୁ ନିୟନ୍ତ୍ରଣ କରିବାରେ ଭାରତ ସରକାର ସକ୍ଷମ ହୁଅନ୍ତି ତେବେ ଜୁଲାଇରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ । କିନ୍ତୁ ସ୍ଥିତି ତାହାର ଓଲଟା ଥିବାରୁ କଟକଣାକୁ ବଢାଇଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe