Image Courtesy of India Today
ନୂଆଦିଲ୍ଲୀ: ଜିନ୍ସ୍, ଟି-ସାର୍ଟ କିଂବା ସ୍ପୋର୍ଟସ୍ ସୁଜ୍ ପିନ୍ଧିବା ସହ୍ୟ କରାଯିବ ନାହିଁ କହି ଅଫିସ୍ରେ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ କେବଳ ‘ଫର୍ମାଲ୍’ ପୋଷାକ ପରିଧାନ ବାଧ୍ୟତାମୂଳକ କରିଛନ୍ତି ‘ସିବିଆଇ’ର ନିର୍ଦେଶକ ସୁବୋଧ କୁମାର ଜୟସ୍ବାଲ୍।
ଏ ସଂକ୍ରାନ୍ତରେ ଜାରି ଆଦେଶନାମା ଅନୁସାରେ, ପୁରୁଷମାନେ ଫର୍ମାଲ୍ ସାର୍ଟ, ଟ୍ରାଉଜର୍ସ ଓ ଜୋତା ପିନ୍ଧିବା ସହ ଉତ୍ତମରୂପେ କ୍ଷୌର ହୋଇ ଅଫିସକୁ ଆସିବା ଉଚିତ। ମହିଳା କର୍ମଚାରୀମାନେ କେବଳ ଶାଢ଼ି, ସୁଟ୍, ଫର୍ମାଲ୍ ସାର୍ଟ ଏବଂ ଟ୍ରାଉଜର୍ସ ପିନ୍ଧି ପାରିବେ। ଅଫିସ ମଧ୍ୟରେ ଜିନ୍ସ୍, ଟି-ସାର୍ଟ, ସ୍ପୋର୍ଟସ୍ ସୁଜ୍, ଚପଲ ଏବଂ କାଜୁଆଲ୍ ପରିଧାନ ପାଇଁ ଅନୁମତି ଦିଆଯିବ ନାହିଁ।
Image Courtesy of India TVଅକ୍ଷରେ ଅକ୍ଷରେ ଏହି ଗାଇଡ୍ଲାଇନ୍ ପାଳନ କରିବା ଲାଗି ମଧ୍ୟ ଦେଶରେ ଥିବା ‘ସିବିଆଇ’ର ସମସ୍ତ ଶାଖା ମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି।
ପରିଚୟ ଗୋପନ ରଖିବା ଲାଗି ଅନୁରୋଧ କରି କେତେକ ‘ସିବିଆଇ’ ଅଧିକାରୀ କହିଛନ୍ତି ଯେ, ଏହା ଗୋଟାଏ ଉତ୍ତମ ଆଦେଶ। ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀମାନେ ‘ଫର୍ମାଲ୍’ ପୋଷାକ ପିନ୍ଧିବା ଆବଶ୍ୟକ। କିନ୍ତୁ, କିଛି ବର୍ଷ ହେବ ଲୋକେ ଜିନ୍ସ୍ ଓ ଟି-ସାର୍ଟ ଭଳି ‘କାଜୁଆଲ୍’ ପୋଷାକ ପରିଧାନ କରୁଥିଲେ ବି କେହି ମନା କରୁ ନ ଥିଲେ। ‘ସିବିଆଇ’ ଅଧିକାରୀମାନେ ଅନ୍ୟୂନ କୋଲାର୍ ଥିବା ସାର୍ଟ, ଟ୍ରାଉଜର୍ସ୍ ଏବଂ ଜୋତା ପିନ୍ଧିବା ଆବଶ୍ୟକ।
‘ସିବିଆଇ’ ବିଷୟରେ ଅବଗତ ଥିବା ଲୋକଙ୍କ କହିବା ଅନୁସାରେ, ଗତ ସପ୍ତାହରେ ୩୩ତମ ନିର୍ଦେଶକ ଭାବେ ଯୋଗ ଦେଇଥିବା ଜୟସୱାଲ୍ ‘ସିବିଆଇ’ର ପାରଦର୍ଶିତା ଓ ଭାବମୂର୍ତ୍ତି ଉନ୍ନତ କରିବା ଲାଗି କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶାସନିକ ପରିବର୍ତ୍ତନ ଆଣି ପାରନ୍ତି।
Follow Us