କାଉଡ଼ିଆ ଯାତ୍ରା ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣେଇଲେ ଯୋଗୀ

Advertisment

ଆସୁଛି ଶ୍ରାବଣ ମାସ। ପ୍ରତିବର୍ଷ ପରି କାଉଡିଆ ଯାତ୍ରା ପାଇଁ ଭକ୍ତ ଉତ୍ସାହିତ। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଆସୁଛି ଶ୍ରାବଣ ମାସ। ପ୍ରତିବର୍ଷ ପରି କାଉଡିଆ ଯାତ୍ରା ପାଇଁ ଭକ୍ତ ଉତ୍ସାହିତ। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

New Project (5)

ଲକ୍ଷ୍ନୌ: ଆସୁଛି ଶ୍ରାବଣ ମାସ। ପ୍ରତିବର୍ଷ ପରି କାଉଡିଆ ଯାତ୍ରା ପାଇଁ ଭକ୍ତ ଉତ୍ସାହିତ। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କାଉଡିଆ ଯାତ୍ରା ସମୟରେ କୌଣସି ପ୍ରକାରର ଉପଦ୍ରବ, ଝଗଡା, ବିବାଦ ଅଥବା ଅବ୍ୟବସ୍ଥା ସୃଷ୍ଟି ନହେବ ସେନେଇ ଅଫିସରମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଯୋଗୀ କହିଛନ୍ତି ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେଉଛି କାଉଡିଆ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ଏବଂ ଶ୍ରଦ୍ଧାଳୁଙ୍କୁ କୌଣସି ପ୍ରକାରର ଅସୁବିଧା  ନ ହେବ। କିପରି କାଉଡିଆ ମାନେ ପାଣି ଭାର ନେଇ ସୁରୁଖୁରୁରେ ଯିବେ ସେନେଇ ପ୍ରାଧାନ୍ୟ ଦେଇଛନ୍ତି ଯୋଗୀ।

କାଉଡ଼ିଆମାନଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେବା ସହ ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବାକୁ ଯୋଗୀ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ଯୋଗୀ ଆହୁରି ବି କହିଛନ୍ତି ଯେ, ଯଦି କେହି ଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶ୍ରାବଣ ମାସରେ କାଉଡିଆ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ବ୍ୟବସ୍ଥା ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ପରିଚାଳନା କରିବେ । ଯୋଗୀ ଗାଜିଆବାଦର ହିଣ୍ଡନ ବିମାନବନ୍ଦରରୁ ବିଜନୌର ପର୍ଯ୍ୟନ୍ତ ହେଲିକପ୍ଟର ଯୋଗେ ସମଗ୍ର ଯାତ୍ରା ମାର୍ଗକୁ ଆକାଶ ମାର୍ଗରୁ ଯାଞ୍ଚ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe