ଲକ୍‌ଡାଉନ୍‌ ନୁହେଁ; ତୃତୀୟ ଲହର୍‌ ଦମନ ପାଇଁ ପର୍ଯ୍ୟାୟକ୍ରମେ କୋଭିଡ୍ କଟକଣା ଲାଗୁ କରିବ ପଶ୍ଚିମବଙ୍ଗ

Advertisment
ଲକ୍‌ଡାଉନ୍‌ ନୁହେଁ; ତୃତୀୟ ଲହର୍‌ ଦମନ ପାଇଁ ପର୍ଯ୍ୟାୟକ୍ରମେ କୋଭିଡ୍ କଟକଣା ଲାଗୁ କରିବ ପଶ୍ଚିମବଙ୍ଗ

Image Courtesy of Zee News

କୋଲ୍‌କାତା: ରାଜଧାନୀ କୋଲ୍‌କାତାରେ ସର୍ବାଧିକ ସଂକ୍ରମଣ ସହ ପଶ୍ଚିମବଙ୍ଗରେ କ୍ଷିପ୍ର ବେଗରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିଲେ ବି ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପରିବର୍ତ୍ତେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ କଟକଣା ଜାରି କରିବେ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ କହିବା ଅନୁସାରେ, ଦୈନିକ ସଂକ୍ରମଣ ସଂଖ୍ୟା ଅଧିକ ରହୁଥିଲେ ବି, ଉଦ୍‌ବେଗଜନକ ପରିସ୍ଥିତି ଆସିନାହିଁ। ରାଜ୍ୟର ଡାକ୍ତରଖାନାରେ ଗହଳି ହୋଇନାହିଁ କି, ଅମ୍ଳଜାନ ଅଭାବ ଖବର ଆସିନାହିଁ। ତେଣୁ, ସଂକ୍ରମଣର ଗତି ଉପରେ ସରକାର ତୀବ୍ର ନଜର ରଖିବା ସ୍ବାଭାବିକ କଥା। ଆବଶ୍ୟକ ହେଲେ କଟକଣା ଜାରି କରାଯିବ।

publive-image Image Courtesy of Deccan Herald

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସଂକ୍ରମଣ ହାର ଅଧିକ ଥିଲେ ବି ୮୦% ଆକ୍ରାନ୍ତ ଲକ୍ଷଣରହିତ ଏବଂ ୧୭% ଲକ୍ଷଣଯୁକ୍ତ ରୋଗୀଙ୍କର ଘରେ ଚିକିତ୍ସା ହେଉଛି। ମାତ୍ର ୩% ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି ଏବଂ ମୃତ୍ୟୁ ହାର ମଧ୍ୟ ଖୁବ୍‌ ସ୍ବଳ୍ପ ରହିଛି।

ପରିସ୍ଥିତି ଉଦ୍‌ବେଗଜନକ ହେବା ସ୍ବାଭାବିକ, ମାତ୍ର ନିୟନ୍ତ୍ରଣ ବାହାରକୁ ଯାଇନାହିଁ। ତୃତୀୟ ଲହର୍‌ ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି।

ରାଜ୍ୟ ସଚିବାଳୟରୁ ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଏବେ ସରକାର ଲକ୍‌ଡାଉନ୍‌ କିଂବା କଠୋର କଟକଣା ଜାରି କରିବେ ନାହିଁ। କିନ୍ତୁ, ଜନସମାଗମକୁ ନିଶ୍ଚୟ ବାରଣ କରିବେ। ଟ୍ରେନ୍‌, ବସ୍‌ କିଂବା ମେଟ୍ରୋ ସେବା ଏବେ ବାତିଲ ହେବନାହିଁ। ଆବଶ୍ୟକ ସ୍ଥଳେ ପର୍ଯ୍ୟାୟକ୍ରମେ କଟକଣା ବୃଦ୍ଧି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe