Image Courtesy of Zee News
ମୁମ୍ବାଇ: ସର୍ବସାଧାରଣ ସ୍ଥାନମାନଙ୍କରେ ମାସ୍କ୍ ପିନ୍ଧିବା ନିମନ୍ତେ ମୁମ୍ବାଇବାସୀଙ୍କୁ ଅନେକ ଥର ନିବେଦନ କରାଯାଇଥିଲେ ସୁଦ୍ଧା ଏହାକୁ ଉଲ୍ଲଂଘନ କରିଥିବା କାରଣରୁ ଗୋଟିଏ ଦିନରେ ୨୩ ହଜାର ବ୍ୟକ୍ତିଙ୍କ ଠାରୁ ୪୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ଦିନ ପୁଲିସ, ବିଏମ୍ସି, ପଶ୍ଚିମ ଓ କେନ୍ଦ୍ରୀୟ ରେଳବାଇ ମାସ୍କ୍ ପିନ୍ଧି ନ ଥିବା ୨୨,୯୭୬ଜଣ ବ୍ୟକ୍ତିଙ୍କ ଠାରୁ ପାଖାପାଖି ୪୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛନ୍ତି। ରବିବାର ଦିନ ୧୪,୧୦୦ ଲୋକଙ୍କ ଉପରେ ସମୁଦାୟ ୨୮ ଲକ୍ଷ ଟଙ୍କା ଏବଂ ଶନିବାର ଦିନ ୧୬,୧୫୪ଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲେ।
Image Courtesy of OneIndiaଗୋଟିଏ ସପ୍ତାହ ମଧ୍ୟରେ ଏକା ‘ବିଏମ୍ସି’ ୬୦ ଲକ୍ଷ ଜରିମାନା ଆଦାୟ କରିଛି। ୨୦୨୦ ମାର୍ଚରୁ ଏପର୍ଯ୍ୟନ୍ତ ୧୫ ଲକ୍ଷ ମାସ୍କ୍ ପିନ୍ଧି ନ ଥିବା ମୁମ୍ବାଇବାସୀ ଧରାପଡ଼ିଛନ୍ତି ଓ ସେମାନଙ୍କ ଠାରୁ ୩୦.୫ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି। ମାସ୍କ୍ ପିନ୍ଧି ନ ଥିବା କାରଣରୁ ପଡ଼ିଥିବା ଜରିମାନା ଦେବାକୁ ଯେଉଁମାନେ ଅସମର୍ଥ ସେମାନଙ୍କୁ ରାସ୍ତା ଓଳାଇବା ଭଳି ସାମ୍ପ୍ରଦାୟିକ ସେବା କାର୍ଯ୍ୟରେ ଲଗାଯାଇଛି।
ସୂଚନାଯୋଗ୍ୟ, କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ବିଏମ୍ସି ପୁଣି ଥରେ ମାସ୍କ୍ ପରିଧାନ ବାଧ୍ୟତାମୂଳକ କରିଛି। ଏହାକୁ ଉଲ୍ଲଂଘନ କଲେ ୨୦୦ ଟଙ୍କା ଜରିମାନା ପଡୁଛି।
Follow Us