ମଙ୍କିପକ୍ସ ପାଇଁ ଗଣ ଟିକାକରଣର କୌଣସି ଆବଶ୍ୟକତା ନାହିଁ: ହୁ

ମଙ୍କିପକ୍ସ ପାଇଁ ଗଣ ଟିକାକରଣର କୌଣସି ଆବଶ୍ୟକତା ନାହିଁ: ହୁ

indiatoday

ନୂଆଦିଲ୍ଲୀ: ମଙ୍କିପକ୍ସ ପାଇଁ ନେବାକୁ ପଡ଼ିବନି ଟୀକା। କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଯେମିତି ବିଶ୍ବରେ ଟିକାକରଣ କରାଗଲା, ମଙ୍କିପକ୍ସ ଭୂତାଣୁ ପାଇଁ ସେଭଳି ଗଣ ଟିକାକରଣ କରାଯିବାର ଆବଶ୍ୟକତା ନାହିଁ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ('ହୁ')।

'ହୁ' ଅନୁଯାୟୀ, ଯଦି କେହି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଶ୍ପର୍ଷରେ ଆସନ୍ତି ବା ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଶ୍ପର୍ଷରେ ଆସିବାର ଆଶଙ୍କା ଥିବା ବ୍ୟକ୍ତି ଯେମିତିକି, ସ୍ବାସ୍ଥ୍ୟକର୍ମୀ, ଲ୍ୟାବ କର୍ମଚାରୀମାନଙ୍କୁ ମଙ୍କିପକ୍ସ ପାଇଁ ଟୀକା ନେବା ଜରୁରୀ। ମିଳିମିଳା ପାଇଁ ବ୍ୟବହାର ହେଉଥିବା ଟୀକା ଏମଭିଏ-ବିଏନକୁ ମଙ୍କିପକ୍ସ ବିରୋଧରେ ବ୍ୟବହାର ପାଇଁ କାନାଡା, ୟୁରୋପୀୟ ୟୁନିଅନ୍ ଏବଂ ଆମେରିକାରେ ଅନୁମୋଦନ କରାଯାଇଛି। ଅନ୍ୟ ଦୁଇଟି ଟିକା, ଏଲସି୧୬ ଏବଂ ଏସିଏଏମ୨୦୦୦କୁ ମଧ୍ୟ ମଙ୍କିପକ୍ସ ପାଇଁ ବ୍ୟବହାର କରାଯିବାକୁ ବିଚାର କରାଯାଉଛି। "

ଏହା ପୂର୍ବରୁ ମଙ୍କିପକ୍ସକୁ ‘ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ’ ଘୋଷଣା କରିଥିଲା 'ହୁ'। 'ହୁ' ମୁଖ୍ୟ ଟେଡ୍ରସ ଆଦନମ କହିଥିଲେ, ମଙ୍କିପକ୍ସ ସଂକ୍ରମଣ ଏବେ ବିଶ୍ବ ସ୍ବାସ୍ଥ୍ୟ ସଙ୍କଟ‌ରେ ପରିଣତ ହୋଇଛି ଏବଂ ସାରା ବିଶ୍ବ ପାଇଁ ଏହା ଉଦ୍‌ବେଗର କାରଣ। ୭୦ରୁ ଅଧିକ ରାଷ୍ଟ୍ରରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଦୀର୍ଘ ଦଶନ୍ଧି ଧରି ମଙ୍କିପକ୍ସ କେନ୍ଦ୍ର ଏବଂ ପଶ୍ଚିମ ଆଫ୍ରିକାରେ ଥିଲେ ବି ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିନଥିଲା। ତେବେ ଚଳିତ ବର୍ଷ ମେ’ ପରେ ୟୁ‌ରୋପ, ଉତ୍ତର ଆମେରିକା ଏବଂ ଅନ୍ୟ ରାଷ୍ଟ୍ରମାନଙ୍କରେ ମଙ୍କିପକ୍ସ ବ୍ୟାପିବା ଆରମ୍ଭ କରିଛି। ଅନ୍ୟ ରାଷ୍ଟ୍ରମାନଙ୍କରେ ମଙ୍କିପକ୍ସ ଅତି ଦ୍ରୁତ ବେଗରେ ବ୍ୟାପିବାରୁ ଏହାକୁ ଏକ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe