Image Courtesy of India Today
ନୂଆଦିଲ୍ଲୀ: ଦୀର୍ଘ ୫୧ ଦିନ ହେବ ଚାଲିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଯିଏ ଜିଣୁ ସେଥିରେ କିଛି ଯାଏ ଆସେ ନାହିଁ, କିନ୍ତୁ ପାଶ୍ଚାତ୍ୟ ରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା କମ୍ପାନିମାନେ ବିଜୟୀ (ଲାଭବାନ୍) ହୋଇସାରିଲେଣି।
ଫେବ୍ରୁଆରି ୨୪ ତାରିଖ ଦିନରୁ ରୁଷୀୟ ସେନା ୟୁକ୍ରେନ୍ ଆକ୍ରମଣ କରିବା ବେଳ ଠାରୁ ଯୁକ୍ତରାଷ୍ଟ୍ର ଆମେରିକା କିବ୍କୁ ସାମରିକ ସହାୟତା ଆକାରରେ ୨.୪ ବିଲିୟନ୍ରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ସାରିଲାଣି। ଏଥିରେ ରହିଛି, ଷ୍ଟିଙ୍ଗର୍ ଆଣ୍ଟି-ଏୟାର୍କ୍ରାଫ୍ଟ୍ ସିଷ୍ଟମ୍, ଜାଭ୍ଲିନ୍ ଆଣ୍ଟି-ଆର୍ମୋର୍ ସିଷ୍ଟମ୍, ସୁଇଚ୍ବ୍ଲେଡ୍ ଡ୍ରୋନ୍, ଏୟାର୍ ସର୍ଭିଲେନ୍ସ୍ ରାଡାର୍, ଏମ୍ଆଇ୧୭ ହେଲିକପ୍ଟର୍, ୧୫୫ଏମ୍ଏମ୍ ହାୱିଜର୍ ଭଳି ଅସ୍ତ୍ରଶସ୍ତ୍ର।
କେବଳ ଯୁକ୍ତରାଷ୍ଟ୍ର ଆମେରିକା ନୁହେଁ, କାନଡା, ଇଂଲଣ୍ଡ୍, ଜର୍ମାନି, ଇଟାଲି ଓ ତୁର୍କୀ ଭଳି ପ୍ରାୟ ୩୦ଟି ଦେଶ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି। ସେମାନେ ଯୋଗାଉଥିବା ଅସ୍ତ୍ରଶସ୍ତ୍ରର ନିର୍ମାତା ହେଉଛନ୍ତି ସରକାରୀ ପୃଷ୍ଠପୋଷକତାରେ ଚାଲୁଥିବା କମ୍ପାନି ନଚେତ ଘରୋଇ କମ୍ପାନି।
Image Courtesy of Foreign Policyଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପ୍ରେ ପ୍ରତିରକ୍ଷା ନିମନ୍ତେ ଅସ୍ତ୍ରଶସ୍ତ୍ର ସବୁ ଘରୋଇ କମ୍ପାନିଗୁଡ଼ିକୁ ବରାଦ ଦିଆଯାଇ ନିର୍ମାଣ କରାଯାଏ। ସେ ଦେଶର ସରକାରମାନେ ସାମରିକ ସହାୟତା ଘୋଷଣା କରିବା କ୍ଷଣି ଘରୋଇ ଅସ୍ତ୍ରଶସ୍ତ୍ର ନିର୍ମାତାଙ୍କ ପାଇଁ ପ୍ରାପ୍ୟ ବ୍ୟବସ୍ଥା ମଧ୍ୟ କରିଥାଆନ୍ତି। ତେଣୁ, ନିଃସନ୍ଦେହରେ କୁହାଯାଇ ପାରେ, ପ୍ରତିରକ୍ଷା ଠିକାଦାର ଓ ନିର୍ମାତାମାନଙ୍କ ପାଇଁ ଯୁଦ୍ଧ ଉତ୍ତମ ବ୍ୟବସାୟ। ସେହି ହିସାବରେ ଦେଖିବାକୁ ଗଲେ, ବିଶ୍ବର ସର୍ବବୃହତ୍ ପ୍ରତିରକ୍ଷା ଠିକାଦାର ଓ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଦ୍ବିତୀୟ ସ୍ଥାନରେ ରହିଛି ରୁଷ୍।
‘ଷ୍ଟକ୍ହୋମ୍ ଇଣ୍ଟର୍ନ୍ୟାସ୍ନାଲ୍ ପିସ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ କହିବା ଅନୁସାରେ, ବିଶ୍ବର ୧୦ ଜଣ ବଡ଼ ପ୍ରତିରକ୍ଷା ଠିକାଦାରଙ୍କ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା ଅଛନ୍ତି ୫ଜଣ। ଯୁଦ୍ଧ ଠିକାଦାରୀ କ୍ଷେତ୍ରରେ ସବୁଠୁ ବଡ଼ ହେଉଛି ଆମେରିକାର ‘ଲକ୍ହିଡ୍ ମାର୍ଟିନ୍’।
ଅରୁଣାଚଳ ପ୍ରଦେଶର ପାଙ୍ଗିନ୍ ଅଞ୍ଚଳରେ ୫.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ।
Follow Us