The Guardian
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ୨ଘଣ୍ଟାରୁ କମ ବିମାନ ଯାତ୍ରାରେ ଯାତ୍ରୀଙ୍କୁ ବିମାନରେ ଖାଦ୍ୟ ଯୋଗାଇ ଦିଆଯିବ ନାହିଁ। ଯଦି ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ୨ଘଣ୍ଟାରୁ ଅଧିକ ସମୟ ଲାଗୁଛି, ତେବେ ସେହି ବିମାନରେ ଯାତ୍ରୀ ଖାଦ୍ୟ ଅର୍ଡର କରି ଖାଇ ପାରିବେ। ଆଜି ଏ ନେଇ ଘୋଷଣା କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।
ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ୁଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବିମାନ ଯାତ୍ରା ସମୟରେ ସଂକ୍ରମଣକୁ ଏଡ଼ାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବେ ଖାଦ୍ୟ ଅର୍ଡର କରିିବା ବ୍ୟବସ୍ଥା ହଟାଇ ଦେଇଛି, ଯାହାଦ୍ବାରା କ୍ରୁ ସଦସ୍ୟ ଏବଂ ଯାତ୍ରୀ ପରସ୍ପରର ସଂସ୍ପର୍ଶରେ କମ ଆସିବେ ଏବଂ ସଂକ୍ରମଣ କମ ହେବ। ବର୍ତ୍ତମାନ ୨ ଘଣ୍ଟାରୁ ଅଧିକ ସମୟ ଧରି ବିମାନରେ ଯାତ୍ରା କରୁଥିବା ଯାତ୍ରୀ ହିଁ ଖାଦ୍ୟ ଅର୍ଡର କରିପାରିବେ ଓ ତାଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ପ୍ରତ୍ୟେକ ଖାଦ୍ୟ / ପାନୀୟ ସେବା ପାଇଁ କ୍ରୁ ସଦସ୍ୟ ଏକ ନୂତନ ଗ୍ଲୋଭସ୍ ପିନ୍ଧିବେ।
The Conversationଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୬୮,୯୧୨ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୯୦୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୫,୨୭,୭୧୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୯୦୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୦,୧୭୯ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୭୫,୦୮୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୨୧,୫୬, ୫୨୯। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୨,୦୧,୦୦୯।
Follow Us