ବଦ୍ରିନାଥ ଓ କେଦାରନାଥ ମନ୍ଦିରକୁ ମୋବାଇଲ ମନା

Advertisment
ବଦ୍ରିନାଥ ଓ କେଦାରନାଥ ମନ୍ଦିରକୁ ମୋବାଇଲ ମନା

ଡେରାଡୁନ୍: ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ୨୦୨୪କୁ ନେଇ ଏକ ବଡ଼ ଖବର ଆସିଛି। ଏହି ୪ଟି ଧାମରେ ମନ୍ଦିର ପରିସରରେ ମୋବାଇଲ  ନେବା ଉପରେ କଟକଣା ଲଗାଯାଇଛି। କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ମନ୍ଦିର ଭିତରେ ଆଉ ଭକ୍ତମାନେ ମୋବାଇଲ  ଫୋନ୍ ନେଇ ଯାଇପାରିବେ ନାହିଁ। ଏପରିକି ୪ଟି ଧାମରେ ମଧ୍ୟ ମନ୍ଦିରର ୨୦୦ ମିଟର ମଧ୍ୟରେ ମୋବାଇଲ ଫୋନ୍ ଆଣିବା ଉପରେ କଟକଣା ଲଗାଯାଇଛି। ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଋଷିକେଶରେ ଚାରିଧାମ ଯାତ୍ରାରେ ଯାଉଥିବା ଯାନବାହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । ଗଡ଼ୱାଲ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକାଳୀ ଚେକ୍ ପୋଷ୍ଟରେ ସ୍ଲଟ୍ ଅଧୀନରେ ଯିବାକୁ ଅନୁମତି ଦିଆଯିବ। ପରିବହନ ବିଭାଗ ଯାନବାହନ ଯାଞ୍ଚ କରୁଛି।

ସୂଚନାଯୋଗ୍ୟ ଯେ ସର୍ବଭାରତୀୟ ସ୍ତରରେ ଚାରି ଧାମ-ପୁରୀ, ଦ୍ବାରିକା, ବଦ୍ରିନାଥ ଓ ରାମେଶ୍ବରମକୁ କୁହାଯାଉଥିବାବେଳେ ଉତ୍ତରାଖଣ୍ଡରେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀକୁ ଚରିଧାମ କୁହାଯାଏ ।

ନିକଟରେ ଚାରିଧାମ ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୩୭ ହଜାର ଯାତ୍ରୀ ମନ୍ଦିର ପରିଦର୍ଶନ କରିସାରିଲେଣି। ଏମାନଙ୍କ ମଧ୍ୟରୁ କେଦାରନାଥରେ ୧ ଲକ୍ଷ ୫୫ ହଜାର, ବଦ୍ରିନାଥରେ ୪୫ ହଜାର ୬୩୭, ଗଙ୍ଗୋତ୍ରୀରେ ୬୬ ହଜାର ଏବଂ ୭୦ ହଜାର ତୀର୍ଥଯାତ୍ରୀ ଯମୁନୋତ୍ରୀ ଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe