ଦୁଇ ଝିଅଙ୍କୁ ବଳଦ କଲେ କୃଷକ

Advertisment

ଟ୍ରାକ୍ଟର କି ବଳଦ ପାଇଁ ଟଙ୍କା ନାହିଁ

ଟ୍ରାକ୍ଟର କି ବଳଦ ପାଇଁ ଟଙ୍କା ନାହିଁ

ଦୁଇ ଝିଅଙ୍କୁ ବଳଦ କଲେ କୃଷକ

ଲକ୍ଷ୍ନୌ: ଦେଶରେ କୃଷି ଓ କୃଷକଙ୍କ ସ୍ଥିତି କିଭଳି ଦୟନୀୟ ରହିଛି ତାହା ଉତ୍ତରପ୍ରଦେଶର ଗରିବ କୃଷକଙ୍କ ଉପରେ ଦୃଷ୍ଟିପାତ କଲେ ଯେ କେହି ଅନୁଭବ କରିପାରିବ। କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବର୍ଷ ବିଭିନ୍ନ ପଦକ୍ଷେପ ଘୋଷଣା ହେଉଥିଲେ ମଧ୍ୟ ସେସବୁର କୌଣସି ପ୍ରଭାବ ପଡ଼ୁନାହିଁ। କୃଷିଋଣ ଛାଡ଼ ଠାରୁ ଆରମ୍ଭ କରି କୃଷକମାନଙ୍କ ପାଇଁ ସ୍ପେସାଲ୍‌ ପ୍ୟାକେଜ୍‌ ଘୋଷଣା ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେଉନାହିଁ। ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ୟୁପିର ଜଣେ କୃଷକ ଚାଷ ପାଇଁ ଶେଷରେ କିଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ୟୁପିର ଝାନ୍‌ସି ଜିଲ୍ଲା ମୌରନିପୁର ସ୍ଥିତ ବଡ଼ଗାଓଁର ଜଣେ ୬୦ ବର୍ଷୀୟ କୃଷକ ଅଛେଲାଲ୍‌ ଅହରଓ୍ଵାର୍‌ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ତାଙ୍କ ଜୀବନ ଜୀବିକା ଚାଷ ହୋଇଥିଲେ ମଧ୍ୟ ଚାଷ ପାଇଁ ଟ୍ରାକ୍ଟର କିଣିବା କିମ୍ବା ହଳେ ବଳଦ ଯୋଗାଡ଼ କରିବାକୁ ତାଙ୍କ ପାଖରେ ଅର୍ଥ ନାହିଁ। ଶେଷରେ ଅଛେଲାଲ୍‌ କିଛି ଉପାୟ ନପାଇ ନିଜ ଦୁଇ ଝିଅଙ୍କୁ ବଳଦ ଭାବେ ଲଙ୍ଗଳରେ ଯୋଚି ବିଲରେ ହଳ କରିଛନ୍ତି।

ସେମାନଙ୍କର ଆଶା ଭଲ ବର୍ଷାହେଲେ ଜମିରେ ଅନ୍ତତଃ ଭଲ ଫସଲ ଫଳିବ ଏବଂ ପରିଶ୍ରମର ମୂଲ୍ୟ ମିଳିବ। ଅଛେଲାଲ୍‌ଙ୍କ ଦୁଇ ଝିଅ ରବିନା (୧୩) ଏବଂ ଶିବାନୀ (୧୦) ପାଠ ପଢ଼ିବା ବୟସରେ ବାପାଙ୍କ ସହ ବିଲରେ ଖଟୁଛନ୍ତି। କାରଣ ଚାଷ ନକଲେ ସେମାନଙ୍କୁ ଖାଇବାକୁ ଭାତ ମୁଠେ ମିଳିବା କଷ୍ଟକର ହୋଇପଡ଼ିବ। ଉଭୟ ରବିନା ଏବଂ ଶିବାନୀ ମଧ୍ୟ ଆଶାବାଦୀ ଅଛନ୍ତି ଯେ ସେମାନଙ୍କ ପରିଶ୍ରମର ଉତ୍ତମ ଫଳ ମିଳିବ ଏବଂ ବାପା ବଳଦ କିଣିବାକୁ ସକ୍ଷମ ହେବେ। ରବିନା ଗାଁ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଶିବାନୀ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ଅଛେଲାଲ୍‌ ବଡ଼ଗାଓଁରେ ଏକ ଚାଳ ଘରେ ରୁହନ୍ତି। ଅଛେଲାଲ୍‌ଙ୍କର ରାସନ କାର୍ଡ ରହିଛି ଏବଂ ଏହି କାର୍ଡରେ ତାଙ୍କୁ ପ୍ରତିମାସରେ ୨୦ କିଲୋଗ୍ରାମ୍‌ ଖାଦ୍ୟଶସ୍ୟ ମିଳୁଛି । ଘରେ ଶୌଚାଳୟ ତିଆରି କରିବାକୁ ସେ ସ୍ୱପ୍ନ ରଖିଛନ୍ତି, କିନ୍ତୁ ସରକାରୀ ସହାୟତା ତାଙ୍କୁ ମିଳୁନାହିଁ। ଅଛେଲାଲ୍‌ଙ୍କ ଉପରେ ଏବେ ଦେଢ଼ଲକ୍ଷ ଟଙ୍କାର ଋଣଭାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe