ଦରମା ଦେବାକୁ ଟଙ୍କା ନାହିଁ, କେନ୍ଦ୍ର ସରକାରଙ୍କୁ ୫୦୦୦ କୋଟି ଟଙ୍କା ମାଗିଛି ଦିଲ୍ଲୀ: ମନୀଷ ସ‌ିସୋଦିଆ

ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ

Image Source: Hindustan Times

ନୂଆଦିଲ୍ଲୀ: କରୋନାଭାଇରସ୍ ଲକ୍‌ଡାଉନ୍ ଯୋଗୁଁ ରାଜସ୍ବ ନ ଆସିବାରୁ କର୍ମଚାରୀମାନଙ୍କର ଦରମା ଏବଂ ଖର୍ଚ ତୁଲାଇବାକୁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ୫୦୦୦ କୋଟି ଟଙ୍କାର ତୁରନ୍ତ ସହାୟତା ମାଗିଥିବା କଥା ରବିବାର ଦିନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

ଅର୍ଥ ବିଭାଗ ଦାୟିତ୍ବରେ ଥିବା ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସହାୟତା ପାଇଁ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ରିଲିଫ୍‌ ଫଣ୍ଡ୍‌ ଅଧୀନରେ ରାଜ୍ୟମାନଙ୍କୁ ମଞ୍ଜୁର ହୋଇଥିବା ପାଣ୍ଠି ଦିଲ୍ଲୀ ସରକାର ପାଇ ନାହାନ୍ତି।

publive-image Image Source: The Economic Times

ଆମେ ଦିଲ୍ଲୀ ସରକାରଙ୍କ ରାଜସ୍ବ ଏବଂ ତା’ର ସର୍ବନିମ୍ନ ବ୍ୟୟ ସମୀକ୍ଷା କରିଛୁ। ଖାଲି ଦରମା ଦେବାକୁ ଏବଂ ଅଫିସ୍ ଖର୍ଚ୍ଚ ତୁଲାଇବାକୁ ଆମେ ମାସକୁ ପ୍ରାୟ ୩, ୫୦୦ କୋଟି ଟଙ୍କା ଆବଶ୍ୟକ କରୁ। ଗତ ଦୁଇ ମାସ ହେଲା ୫୦୦ କୋଟି ଟଙ୍କା ଲେଖାଏଁ ଜିଏସ୍‌ଟି ସଂଗୃହୀତ ହୋଇଛି। ତାକୁ ସରକାରଙ୍କ ଅନ୍ୟାନ୍ୟ ଆୟ ସହ ମିଶାଇଲେ ୧, ୭୩୫ କୋଟି ଟଙ୍କା ହେଉଛି।

ଦୁଇ ମାସ ପାଇଁ ଆମେ ୭୦୦୦ କୋଟି ଟଙ୍କା ଆବଶ୍ୟକ କରୁଛୁ। କର୍ମଚାରୀଙ୍କୁ ଦରମା ଦେବା ଏବେ ଦିଲ୍ଲୀ ସରକାରଙ୍କ ଚିନ୍ତାର କାରଣ ହୋଇଛି ବୋଲି ସେ କହିଛନ୍ତି।

କରୋନାଭାଇରସ୍ ଏବଂ ଲକ୍‌ଡାଉନ୍ ଯୋଗୁଁ ଦିଲ୍ଲୀ ସରକାରଙ୍କ ଟିକସ ସଂଗ୍ରହ ୮୫%ରେ ଚାଲିଛି ବୋଲି ପୂର୍ବରୁ ସିସୋଦିଆ ଟୁଇଟ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe