Advertisment

ଆଉ କେହି ନିଜକୁ କହିବେନି 'ଆମେ ପଛ ଧାଡ଼ିର ପିଲା': ସ୍କୁଲରୁ ହଟିଯିବ ‘ବ୍ୟାକ୍ ବେଞ୍ଚର’ ବ୍ୟବସ୍ଥା, ଫିଲ୍ମ ଦେଲା ପ୍ରେରଣା

Advertisment

‘ବ୍ୟାକ୍ ବେଞ୍ଚରସ’ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କେହି କେହି କୁହନ୍ତି ପଛରେ ବସୁଥିବା ପିଲାଏ ପାଠରେ ଏତେ ପ୍ରବୀଣ ନଥାନ୍ତି । ମାତ୍ର ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି କି ଶ୍ରେଣୀର ପଛ ଧାଡିରେ ବସିଥିବା ପିଲାଟି ଆଗାମୀ ଦିନରେ ବଡ ବଡ କ୍ଷେତ୍ରରେ ନାଁ କମାନ୍ତି, ଦେଶ ଓ ମାଚି ପାଇଁ ଗର୍ବ ଆଣନ୍ତି ।

‘ବ୍ୟାକ୍ ବେଞ୍ଚରସ’ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କେହି କେହି କୁହନ୍ତି ପଛରେ ବସୁଥିବା ପିଲାଏ ପାଠରେ ଏତେ ପ୍ରବୀଣ ନଥାନ୍ତି । ମାତ୍ର ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି କି ଶ୍ରେଣୀର ପଛ ଧାଡିରେ ବସିଥିବା ପିଲାଟି ଆଗାମୀ ଦିନରେ ବଡ ବଡ କ୍ଷେତ୍ରରେ ନାଁ କମାନ୍ତି, ଦେଶ ଓ ମାଚି ପାଇଁ ଗର୍ବ ଆଣନ୍ତି ।

back benchers

ଥିରୁଅନନ୍ତପୁରମ୍: ଆଉ କେହି ନିଜକୁ କହିବେନି ପଛ ଧାଡ଼ିର ପିଲା । ବ୍ୟାକ୍ ବେଞ୍ଚରସଙ୍କୁ ନେଇ ବି ଆଉ ହେବନି ଚର୍ଚ୍ଚା କି ଶୁଣିବାକୁ ମିଳିବନି ଅପବାଦ ଅବା ନିନ୍ଦା କିମ୍ବା ଅବଶୋଷ । ସ୍କୁଲରେ ପିଲା ପଛରେ ବସୁଥିବାରୁ ପାଠ ଭଲରେ ବୁଝି ପାରୁନଥିବା ନେଇ ଯେଉଁ ଅଭିଯୋଗ ହୁଏ ତାହା ବି ହେବନି କି ଶିକ୍ଷକଙ୍କ ଆଗରେ ପିଲାଏ ‘ବ୍ୟାକ୍ ବେଞ୍ଚର’ ନେଇ ଅଭିମାନ କରିବେନି.. କାରଣ ଏଣିକି ସ୍କୁଲରୁ ହଟିବ ପଛ ଧାଡ଼ି ବ୍ୟବସ୍ଥା । ଆଉ ପିଲାଏ ପଛକୁ ପଛ କରି ବସିବେନି । ବଦଳିବ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କର ବସିବାର ଢାଞ୍ଚା..

ପୂର୍ବରୁ ପଛ ବେଞ୍ଚରେ ବସିବା ଯୋଗୁ ଶିକ୍ଷକଙ୍କ ଉତ୍ତମ ମାର୍ଗଦର୍ଶନ ନପାଇ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେବାର ଯେଉଁ କଥା ଶୁଣିବାକୁ ମିଳୁଥିଲା ତାହା ଆଉ ଶୁଣିବାକୁ ମିଳିବ ନାହିଁ କି ଆଉ ସେମାନଙ୍କୁ କେହି ବ୍ଯାକ୍ ବେଞ୍ଚର ମଧ୍ୟ କହିହେବ ନାହିଁ। କାରଣ ଏଣିକି ସ୍କୁଲମାନଙ୍କରେ ୟୁ ଢାଞ୍ଚାରେ ଅର୍ଥାତ ଅର୍ଦ୍ଧ ବୃତ୍ତାକାର ହୋଇ ଛାତ୍ରଛାତ୍ରୀ ବସି ପାଠ ପଢିବେ । ଯାହା ଫଳରେ ଶିଷକ ଏକ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପରେ ଧ୍ୟାନ ଦେଇପାରିବେ। 

ଏଭଳି ଏକ ନୂଆ ଢାଞ୍ଚା ଆପଣାଇବାକୁ ଯାଉଛନ୍ତି କେରଳ ସରକାର । କେରଳରେ ଏଣିକି ସବୁ ସ୍କୁଲରେ ପିଲା ଏମିତି U ଆକାରରେ ବସିବେ । ରିଲରୁ ରିଅଲ ହେବ ଘଟଣା । ସ୍କୁଲରେ ପାଟପଢା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପ୍ରେରଣା ଦେଲା ଫିଲ୍ମ କାହାଣୀ । ଯେଉଁ ପ୍ରେରଣା ବଳରେ ଶ୍ରେଣୀରେ ଆସିବ ସମାନତା, କେହି ଭାବିବେନି ପଛୁଆ କି ଆଗୁଆ । 

ଭିନେଶ ବିଶ୍ବନାଥଙ୍କ ପ୍ରଥମ ନିର୍ଦ୍ଦେଶିତ ମାଲାୟାଲାମ ଫିଲ୍ମ ‘ସ୍ଥାନାର୍ଥୀ ଶ୍ରୀକୁଟାନ’ ଦେଖିବା ପରେ କେରଳର ସ୍କୁଲ ଗୁଡ଼ିକ ଏଭଳି ଅନୁପ୍ରାଣିତ ହୋଇଛନ୍ତି । ଏହି ଚଳଚ୍ଚିତ୍ର ଦ୍ବାରା ଅନୁପ୍ରାଣିତ ହୋଇ କେରଳ ସରକାର ପ୍ରାଥମିକ ପର୍ଯ୍ୟାୟରେ ୫ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବୃତ୍ତାକାର ବସାଇ ଶିକ୍ଷା ଦିଆଯାଉଥିବା ସୂଚନା ମିଳିଥିବା ବେଳେ ଆଗାମୀ ଦିନରେ ସବୁ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ରହିଛି ।

ତେବେ ‘ବ୍ୟାକ୍ ବେଞ୍ଚରସ’ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କେହି କେହି କୁହନ୍ତି ପଛରେ ବସୁଥିବା ପିଲାଏ ପାଠରେ ଏତେ ପ୍ରବୀଣ ନଥାନ୍ତି । ମାତ୍ର ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି କି ଶ୍ରେଣୀର ପଛ ଧାଡିରେ ବସିଥିବା ପିଲାଟି ଆଗାମୀ ଦିନରେ ବଡ ବଡ କ୍ଷେତ୍ରରେ ନାଁ କମାନ୍ତି, ଦେଶ ଓ ମାଚି ପାଇଁ ଗର୍ବ ଆଣନ୍ତି । ଯାହା ପ୍ରମାଣିତ କରେ ଖାଲି ଆଗ ଧାଡିରେ ନୁହେଁ ପଛରେ ଧାଡିରେ ବସୁଥିବା ପିଲାଏ ବି ପାରଙ୍ଗମ ।

ତେବେ ‘ବ୍ୟାକ୍ ବେଞ୍ଚରସ’ ହଠାଇବା ନେଇ କେରଳ ସରକାରଙ୍କ ଏ ଆଗ୍ରହକୁ ଦେଖିବା ପରେ ଅନେକ ସେହି ବ୍ୟବସ୍ଥା ସ୍କୁଲରେ ଲାଗୁଥାଉ ବୋଲି ସୋସିଆଲ ମିଡିଆରେ କହିଛନ୍ତି । କାରଣ ପଛରେ ବସୁଥିବା ପିଲା ମଜା ମସ୍ତି ଏବଂ ଦୁଷ୍ଟାମୀ ଅନେକ କରିବାର ନଜିର ରହିଛି । ଯଦି ସ୍କୁଲରୁ ସେହି ବ୍ୟବସ୍ଥା ଉଠିଯାଏ ତେବେ ଶ୍ରେଣୀ ଗୃହର ସେ ଆକର୍ଷଣ କମିଯିବ ବୋଲି ଅନେକ ମତ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe