ଲେଫ୍ଟନାଣ୍ଟ୍ ଜେନେରାଲ୍ କେ.ପି. ଧଳସାମନ୍ତଙ୍କର ପରଲୋକ

Advertisment
ଲେଫ୍ଟନାଣ୍ଟ୍ ଜେନେରାଲ୍ କେ.ପି. ଧଳସାମନ୍ତଙ୍କର ପରଲୋକ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ୍ ଜେନେରାଲ କେ.ପି. ଧଳସାମନ୍ତଙ୍କର ଆଜି ନୂଆଦିଲ୍ଲୀରେ ପରଲୋକ ଘଟିଛି। ଆଜି ସକାଳ ୬ଟା ୪୫ ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ପ୍ରାୟ ଏକ ମାସ ଧରି ଚିକିତ୍ସାଧୀନ ଥିଲେ। ସେ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ଥିଲେ।

publive-image

ସେ ମାତ୍ର ୧୯ ବର୍ଷ ବୟସରେ ସେନାରେ ନିଯୁକ୍ତି ପାଇଥିଲେ। ସେ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୯୯୯ କାରଗିଲ ଯୁଦ୍ଧରେ ସାମିଲ ହୋଇଥିଲେ। ଖାଲି ସେତିକି ନୁହେଁ କେ.ପି. ଧଳସାମନ୍ତ ପଞ୍ଜାବର ଅମୃତସର ଅପରେସନ୍ ବ୍ଲୁ ଷ୍ଟାର୍ ରେ ବି ସାମିଲ୍ ହୋଇଥିଲେ। ଲେଫ୍ଟନାଣ୍ଟ୍ ଜେନେରାଲ୍ କେ.ପି. ଧଳସାମନ୍ତ ରାଷ୍ଟ୍ରୀୟ ରାଇଫଲସ୍‌ର ଡିଜି ଭାବେ ଅବସର ନେଇଥିଲେ।

ସେ ଜଣେ ଜଣାଶୁଣା ସ୍ତମ୍ଭ ଲେଖକ ବି ଥିଲେ। ତାଙ୍କର ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe