୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆକୁ ନିଷିଦ୍ଧ କଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ସରାକରଙ୍କ ବଡ ନିଷ୍ପତ୍ତି । ସାମାଜିକ ଗଣମାଧ୍ୟମ ଉପରେ ଲାଗିଲା ରୋକ । ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି ଅଷ୍ଟ୍ରେଲିଆ ପ୍ରଶାସନ ।

 India TV News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସରାକରଙ୍କ ବଡ ନିଷ୍ପତ୍ତି । ସାମାଜିକ ଗଣମାଧ୍ୟମ ଉପରେ ଲାଗିଲା ରୋକ । ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି ଅଷ୍ଟ୍ରେଲିଆ ପ୍ରଶାସନ । ଫେସବୁକ, ଟିକଟିକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା । ଆଉ ଯଦି ବ୍ୟବହାର କରନ୍ତି ତେବେ ଜରିମାନା ଦେବାକୁ ପଡିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନାନ୍ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନାନ୍ ଗୁରୁବାର କହିଛନ୍ତି ଯେ ୧୬ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆରୁ ନିଷିଦ୍ଧ କରିବା ପାଇଁ ଅଷ୍ଟ୍ରେଲିଆ ନୂଆ ଆଇନ ପ୍ରଣୟନ କରିବ । ଫେସବୁକ୍, ଟିକ୍ଟକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବୟସ ନିଷେଧାଦେଶ ଲାଗୁ କରିବାକୁ ସେମାନଙ୍କୁ ପଡିବ ଏବଂ ଏଥିରେ ବିଫଳ ହେଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଆଲବାନିସ୍ କହିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ସରକାର ପ୍ରଥମେ ସୋସିଆଲ ମିଡିଆ ବୟସ ସୀମା ଧାର୍ଯ୍ୟ କରିଥିଲେ ଏବଂ ଏହି ଧାରଣାକୁ ସାଂସଦମାନଙ୍କ ମଧ୍ୟରେ ବ୍ୟାପକ  ସମର୍ଥନ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe