ଅଯୋଧ୍ୟାର ବିବାଦୀୟ ଜମି ଉପରେ ନମାଜ ପାଠ ପାଇଁ ଆବେଦନ ମହଙ୍ଗା ପଡ଼ିଲା: ଆବେଦନକୁ ଖାରଜ କରିବା ସହ ୫ ଲକ୍ଷ ଟଙ୍କା ଜରିମାନା କଲେ ଆହ୍ଲାବାଦ ହାଇକୋର୍ଟ

Advertisment
ଅଯୋଧ୍ୟାର ବିବାଦୀୟ ଜମି ଉପରେ ନମାଜ ପାଠ ପାଇଁ ଆବେଦନ ମହଙ୍ଗା ପଡ଼ିଲା: ଆବେଦନକୁ ଖାରଜ କରିବା ସହ ୫ ଲକ୍ଷ ଟଙ୍କା ଜରିମାନା କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ଉପରେ ନମାଜ ପାଠ ପାଇଁ ଅନୁମତି ପ୍ରଦାନ କରିବାକୁ ଆଗତ ଏକ ଯାଚିକାକୁ ଆଜି ଏହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଖାରଜ କରି ଦେଇଛନ୍ତି। ଉତ୍ତରପ୍ରଦେଶ ରାଏବରେଲୀର ଅଲ୍‌ ରହେମାନ ଟ୍ରଷ୍ଟ ପକ୍ଷରୁ ଆଗତ ଏହି ଆବେଦନର ଶୁଣାଣି କରି ଏହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଜି ଏହାକୁ ଖାରଜ କରିବା ସହ, କେବଳ ମାତ୍ର ନିଜର ପ୍ରଚାର ଉଦ୍ଦେଶ୍ୟରେ ଓ ଅଦାଲତଙ୍କ ସମୟ ନଷ୍ଟ ପାଇଁ ଏହି ଆବେଦନ କରା ଯାଇଥିବା ଦର୍ଶାଇ ଅଦାଲତ ଆବେଦନକରୀ ଅଲ୍‌ ରହେମାନ୍‌ ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ୫ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି।

ଏହି ମାମଲାର ଶୁଣାଣି କରି ଅଦାଲତଙ୍କ ଖଣ୍ଡପୀଠ, କେବଳ ମାତ୍ର ଅଶାନ୍ତି ସୃଷ୍ଟି ସହ ଅଦାଲତଙ୍କ ସମୟ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ମାମଲା ଆଗତ ହୋଇଛି ବୋଲି କହିବା ସହ ଘୋର ବିରକ୍ତି ପ୍ରକାଶ କରିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ଉପରେ ଥିବା ରାମଲାଲାଙ୍କ ଅସ୍ଥାୟୀ ମନ୍ଦିରରେ ପୂଜାପାଠ ପାଇଁ ହିନ୍ଦୁମାନଙ୍କୁ ଅନୁମତି ବେଳେ ଏହି ବିବାଦୀୟ ଜମିର ଅନ୍ୟ ଏକ ଅଂଶରେ ମୁସଲମାନମାନଙ୍କୁ ମଧ୍ୟ ନମାଜ ପାଠ ପାଇଁ ଅନୁମତି ମିଳୁ ବୋଲି ଆବେଦନ କରି ଅଲ୍‌ ରହେମାନ୍‌ ଟ୍ରଷ୍ଟ ପକ୍ଷରୁ ଏହି ଯାଚିକା ଆଗତ ହୋଇଥିଲା। ଆଗତ ଯାଚିକାରେ ଅଲ୍‌ ରହେମାନ୍‌ ଟ୍ରଷ୍ଟ ପକ୍ଷରୁ କୁହା ଯାଇଥିଲା ଯେ ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ଉପରେ କେବଳ ମାତ୍ର ହିନ୍ଦୁମାନଙ୍କର ଅଧିକାର ନାହିଁ। ଏହା ଉପରେ ମୁସଲମାନମାନଙ୍କର ମଧ୍ୟ ଅଧିକାର ଅଛି।

ତେଣୁ, ଏହାକୁ ଦୃଷ୍ଟିରେ ରଖି ବିବାଦୀୟ ଜମି ଉପରେ ଥିବା ରାମଲାଲାଙ୍କ ଅସ୍ଥାୟୀ ମନ୍ଦିରରେ ପୂଜାପାଠ ପାଇଁ ହିନ୍ଦୁମାନଙ୍କୁ ଅନୁମତି ମିଳିଥିବା ବେଳେ ଏହି ଜମିର ଅନ୍ୟ ଏକ ଅଂଶରେ ମୁସଲମାନମାନଙ୍କୁ ମଧ୍ୟ ନମାଜ ପାଠ ପାଇଁ ଅନୁମତି ମଳିବା ଆବଶ୍ୟକ। ତେବେ, ଏହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଜି ଏହି ମାମଲାର ଶୁଣାଣି କରି ଏହାକୁ ଖାରଜ କରିବା ସହ, କେବଳ ମାତ୍ର ନିଜର ପ୍ରଚାର ଉଦ୍ଦେଶ୍ୟରେ ଓ ଅଦାଲତଙ୍କ ସମୟ ନଷ୍ଟ ପାଇଁ ଏହି ଆବେଦନ କରା ଯାଇଥିବା ଦର୍ଶାଇ ଅଦାଲତ ଆବେଦନକରୀ ଅଲ୍‌ ରହେମାନ୍‌ ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ୫ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe