Times of India
ମୁମ୍ବାଇ: ଗତକାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ କାରବାର ମାମଲାରେ ସଂପୃକ୍ତି ଥିବା ସନ୍ଦେହରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ରାକୁଲପ୍ରୀତ ସିଂଙ୍କୁ ସମନ ପଠାଇଥିଲା। ଆସନ୍ତା ତିନି ଦିନ ମଧ୍ୟରେ ସେମାନଙ୍କୁ ହାଜର ହେବାକୁ ସମନରେ କୁହାଯାଇଥିବା ଖବର ସାମ୍ନାକୁ ଆସିଥିଲା। ଆଜି ଅଭିନେତ୍ରୀ ରାକୁଲ ପ୍ରୀତ ଏବଂ ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାଙ୍କୁ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ କୁହାଯାଇଥିବା ବେଳେ ସିମୋନ ଠିକ ସମୟରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣା ପଡ଼ିଛି। ଅନ୍ୟ ପକ୍ଷରେ, ମୋତେ ଏନସିବି ପକ୍ଷରୁ କୌଣସି ସମନ ମିଳିନାହିଁ ବୋଲି କହିଛନ୍ତି ରାକୁଲ ପ୍ରୀତ ସିଂହ।
ରାକୁଲ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବାକୁ ବିଳମ୍ବ କରିବାରୁ ଏନସିବି ପକ୍ଷରୁ ତାଙ୍କୁ ସଂପର୍କ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନାହାନ୍ତି। ରାକୁଲଙ୍କ ଏଭଳି ଆଚରଣ ଦେଖି ସେ ଜାଣିଶୁଣି ସମନ ମିଳିନଥିବା କଥା କହୁଛନ୍ତି ଏବଂ ତାଙ୍କୁ ଗତକାଲି ସମନ ପଠାଯାଇଥିଲା ବୋଲି ଏନସିବି ପକ୍ଷରୁ କୁହାଯାଇଛି।
HerZindagiଡ୍ରଗ୍ସ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ସଂଯୋଗକୁ ନେଇ ଚାଲିଥିବା ଏହି ବ୍ୟାପକ ତଦନ୍ତରେ ଆସିଥିବା ଏହି ଉଚ୍ଚ-ପ୍ରୋଫାଇଲ୍ ନାମଗୁଡ଼ିକ ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟାଙ୍କୁ ଜେରା ହେବା ପରେ ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି। ଅଭିନେତ୍ରୀ ରିୟାଙ୍କ ମୋବାଇଲ୍ ଚାଟ୍ ଆଧାରରେ ମଙ୍ଗଳବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରିଥିଲା। ତଦନ୍ତକାରୀମାନେ ଦୀପିକାଙ୍କ ମ୍ୟାନେଜରଙ୍କ ଫୋନ୍ରୁ ମଧ୍ୟ ଏପରି କିଛି ହ୍ବାଟ୍ସଆପ୍ ଚାଟ ପାଇଥିଲେ ଯେଉଁଥିରେ ‘ଡି’ ଓ ‘କେ’ଙ୍କ ମଧ୍ୟରେ ଡ୍ରଗ୍ସ କାରବାରକୁ ନେଇ ହୋଇଥିବା କଥୋପକଥନ ଦେଖିବାକୁ ମିିଳିଥିଲା।
Follow Us