କରୋନା ଏକ ସାମାନ୍ୟ ରୋଗ, ଭୟଭୀତ ହେବାର କୌଣସି କାରଣ ନାହିଁ: ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ

Advertisment
କରୋନା ଏକ ସାମାନ୍ୟ ରୋଗ, ଭୟଭୀତ ହେବାର କୌଣସି କାରଣ ନାହିଁ: ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ

www.ndtv.com

ନୂଆଦିଲ୍ଲୀ: ମହାମାରୀକୁ ନେଇ ସାରା ଦେଶ ଭୟରେ ରହିଥିବା ବେଳେ ଭୟ ନକରିବାକୁ ପରାମର୍ଶ ଦେଇଛନ୍ତି ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ। ମେଦାନ୍ତ ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, ଏମ୍‌ସର ମେଡିସିନ୍‌ ବିଭାଗର ପ୍ରଫେସର ତଥା ଏଚ୍‌ଓଡି ନବୀନ ୱିଗ୍‌ ଓ ସ୍ବାସ୍ଥ୍ୟ‌ ସେବାର ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାରଙ୍କ ସହ ମିଶି ରବିବାର କରୋନା ଭାଇରସ୍‌ ସଂପର୍କିତ ସମସ୍ୟାକୁ ନେଇ ସମ୍ବୋଧନ କରି ଡକ୍ଟର ଗୁଲେରିଆ କହିଛନ୍ତି କି ‘କରୋନା ଏକ ସାମାନ୍ୟ ରୋଗ, ଭୟଭୀତ ହେବାର କୌଣସି କାରଣ ନାହିଁ।’

ଡକ୍ଟର ଗୁଲେରିଆ ଆହୁରି ବି କହିଛନ୍ତି ଯେ ‘ଯଦି ଆମେ କୋଭିଡ୍‌-୧୯ର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିବା, ତେବେ ଏହା ସର୍ବସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଏହି ଆତଙ୍କ ଯୋଗୁ ଲୋକମାନେ ନିଜ ଘରେ ଇଞ୍ଜେକ୍ସନ , ରେମଡେସିଭିର୍ ଡ୍ରଗ୍ ବ୍ୟତୀତ ଏବେ ଅମ୍ଳଜାନ ସିଲିଣ୍ଡର ରଖିବା ଆରମ୍ଭ କରି ଦେଇଛନ୍ତି।  ଏହି କାରଣରୁ, ଆମେ ଯୋଗାଣ ଅଭାବର ସମ୍ମୁଖୀନ ହେଉଛୁ ଏବଂ ଅନାବଶ୍ୟକ ଆତଙ୍କ ସୃଷ୍ଟି ହେଉଛି।’

‌ସେ ଆହୁରି ବି କହିଛନ୍ତି, ‘କରୋନା ଏକ ସାଧାରଣ ସଂକ୍ରମଣ। ୮୦ରୁ ୯୦ ପ୍ରତିଶତ ଲୋକଙ୍କ ଭିତରେ ଜ୍ୱର, ଥଣ୍ଡା, ଶରୀର ଯନ୍ତ୍ରଣା ଏବଂ କାଶ ଭଳି ସାଧାରଣ ଲକ୍ଷଣ ରହିଛି। ଏହି କ୍ଷେତ୍ରରେ ରେମଡେସିଭିର୍ କିମ୍ବା ଅନ୍ୟାନ୍ୟ ପାୱାରଫୁଲ୍‌ ଔଷଧର ଆବଶ୍ୟକତା ନାହିଁ। ଏପରି ସାଧାରଣ ଲକ୍ଷଣ ଥିଲେ ଆପଣ ସାଧାରଣ ଔଷଧ ନେଇ ଘରୋଇ ଉପଚାର ଓ ଯୋଗ ସାହାଯ୍ୟରେ ଭଲ ହୋଇପାରିବେ। ଏପରି କଲେ ଆପଣ ମାତ୍ର ୭ ରୁ ୧୦ ଦିନ ମଧ୍ୟରେ ଭଲ ହୋଇଯିବେ। ଆପଣଙ୍କ ଘରେ ରେମଡେସିଭିର୍ କିମ୍ବା ଅମ୍ଳଜାନ ରଖିବା ଆବଶ୍ୟକ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe