ଅଧାବାଟରେ ତେଲ ଶେଷ ହେଲେ ଆଉ ଗାଡ଼ିକୁ ଠେଲିବାକୁ ପଡ଼ିବ ନାହିଁ, ଅନ୍‌ଲାଇନରେ ଅର୍ଡର କଲେ ପହଞ୍ଚିବ ଇନ୍ଧନ

Advertisment
ଅଧାବାଟରେ ତେଲ ଶେଷ ହେଲେ ଆଉ ଗାଡ଼ିକୁ ଠେଲିବାକୁ ପଡ଼ିବ ନାହିଁ, ଅନ୍‌ଲାଇନରେ ଅର୍ଡର କଲେ ପହଞ୍ଚିବ ଇନ୍ଧନ

ନୂଆଦିଲ୍ଲୀ: ଅଧିକାଂଶ ଗ୍ରାହକ ଅନ୍‌ଲାଇନରେ ପୋଷାକପତ୍ର, ପନିପରିବା, ଗ୍ରୋସରୀ ମଗାଇଥାନ୍ତି। ତେବେ ଏଣିକି ଅନ୍‌ଲାଇନରେ ପେଟ୍ରୋଲ ଏବଂ ଡିଜେଲ୍ ମଗାଇ ହେବ। ଅଧାବାଟରେ ଗାଡ଼ିରୁ ତେଲ ଶେଷ ହେଲେ ଆଉ ଗାଡ଼ିକୁ ଠେଲି ଠେଲି ନେବାକୁ ପଡ଼ିବ ନାହିଁ। ଲୋକେ ଅନ୍‌ଲାଇନରେ ଅର୍ଡର କରି ଅଧାବାଟରେ ଗାଡ଼ି ଅଟକି ରହିଥିବା ସ୍ଥାନକୁ ଇନ୍ଧନ ମଗାଇ ପାରିବେ।

ସେଥିପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ (ଆଇଓସି) ଦ୍ବାରା ଆରମ୍ଭ ହୋଇଥିବା fuel@doorstep ଅବା fuel@call ଭଳି ସର୍ଭିସ୍‌ର ସହାୟତା ଲୋକେ ନେଇପାରିବେ। ସେଥିପାଇଁ ଆଇଓସିର ୧୮୦୦୨୦୯୦୨୪୭ ନମ୍ବରରେ କଲ୍ କରି ୬ ସିଲେକ୍ଟ କରିବାକୁ ପଡ଼ିବ। ଏହାପରେ ଆଇଓସି ଟିମ୍ ଅଧାବାଟକୁ ଇନ୍ଧନ ନେଇ ପହଞ୍ଚିଯିବେ।

ଏହି ନମ୍ବରକୁ କଲ୍ କରି ନିଜର ଲୋକେସନ ଏବଂ ପରିଚୟ ସମ୍ପର୍କିତ ତଥ୍ୟ ସେୟାର କରିବାକୁ ପଡ଼ିବ। ଅର୍ଡର ପ୍ଲେସ୍ ହେବା ମାତ୍ରେ କିଛି ସମୟ ମଧ୍ୟରେ ଅଧାବାଟରେ ତେଲ ବିନା ଅଟକି ରହିଥିବା ଗାଡ଼ି ପାଖରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ପକ୍ଷରୁ ଇନ୍ଧନ ଯୋଗାଇବା ଟିମ୍ ପହଞ୍ଚିଯିବେ।

ଏନେଇ ଆଇଓସି ଏକ ଆପ୍ ମଧ୍ୟ ବିକଶିତ କରିଛି।  ଆବଶ୍ୟକ ପଡ଼ିଲେ ଏହା ଦ୍ବାରା ଲୋକେ ଇନ୍ଧନ ଅନ୍‌ଲାଇନରେ ଅର୍ଡର କରି ପାରିବେ। ଏହା ସହିତ  ଜେନେରେଟର ଲାଗି ଆବଶ୍ୟକ ହେଉଥିବା ଇନ୍ଧନ ଭଳି କମର୍ସିଆଲ୍ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ଲୋକେ ଇନ୍ଧନ ଅର୍ଡର କରି ପାରିବେ। ଏଥିରେ ଡିଜିଟାଲ ପେମେଣ୍ଟର ସମସ୍ତ ସୁବିଧା ଉପଲବ୍ଧ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe