ଭାରତକୁ ଗଣତନ୍ତ୍ର ବିଷୟରେ କିଛି କହିବା ଆବଶ୍ୟକ ନାହିଁ

Advertisment

ଜାତିସଂଘରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଲେ ଭ‌ାରତର ସ୍ଥାୟୀ ସଦସ୍ୟ

ଜାତିସଂଘରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଲେ ଭ‌ାରତର ସ୍ଥାୟୀ ସଦସ୍ୟ

ଭାରତକୁ ଗଣତନ୍ତ୍ର ବିଷୟରେ କିଛି କହିବା ଆବଶ୍ୟକ ନାହିଁ

Mint

ନୂଆଦିଲ୍ଲୀ : ଭାରତ ଗତକାଲିଠାରୁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ନେଇଛି। ଡିସେମ୍ବର ମାସ ପାଇଁ ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ବ ମିଳିଛି। ଏହି ସମୟ ମଧ୍ୟରେ ଭାରତ ଆତଙ୍କବାଦ ନିରୋଧ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଅନ୍ତର୍ଜାତୀୟ କାର୍ଯ୍ୟ ସମ୍ପାଦନ କରିବ। ଜାତିସଂଘରେ ଭାରତର ପ୍ରଥମ ମହିଳା ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି‌। ଜାତିସଂଘ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇ କମ୍ବୋଜ ଗଣତନ୍ତ୍ରକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।

ଭାରତରେ ଗଣତନ୍ତ୍ର ଏବଂ ପ୍ରେସ୍‌ ସ୍ବାଧୀନତା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ କମ୍ବୋଜ କହିଛନ୍ତି, ଗଣତନ୍ତ୍ର ସଂକ୍ରାନ୍ତରେ କ’ଣ କରିବାକୁ ହେବ ସେ ବିଷୟରେ ଭାରତକୁ କିଛି କହିବାର ଆବଶ୍ୟକତା ନାହିଁ। ଭାରତ ବିଶ୍ବର ଏକ ପ୍ରାଚୀନ ସଭ୍ୟତା ଏବଂ ଭାରତରେ ଗଣତନ୍ତ୍ରର ଅଭ୍ୟୁଦୟ ୨୫୦୦ ବର୍ଷ ତଳୁ ହୋଇଛି। ଭାରତର ଆଦର୍ଶ ସର୍ବଦା ଗଣତନ୍ତ୍ର ଆଧାରିତ। ଭାରତରେ ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ସର୍ବାଧିକ ପାରଦର୍ଶିତାର ସହ ରହିଛି। ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ରକୁ ଗଣତନ୍ତ୍ରର ସୁରକ୍ଷା ନେଇ କୌଣସି ପରାମର୍ଶ ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe