କାଶ୍ମୀର ସମସ୍ୟା ସମାଧାନ ହୋଇଗଲେ ଆଣବିକ ଅସ୍ତ୍ର ଲୋଡ଼ା ନାହିଁ: ଇମ୍ରାନ

Advertisment
ଆମେ ଆଗକୁ ବଢିପାରିଥାନ୍ତେ କିନ୍ତୁ ଭାରତଠାରୁ ପଛରେ ପଡିଗଲେ:ଇମ୍ରାନ

Image Courtesy of India Today

ଇସଲାମାବାଦ, ୨୨/୬: ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର କେବଳ ଦେଶକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। କାଶ୍ମୀର ସମସ୍ୟାର ସମାଧାନ ହେବା ପରେ ଏହାର ଆଉ କୌଣସି ଆବଶ୍ୟକତା ରହିବ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି। ଚଳିତ ବର୍ଷ ଜାନୁଆରି ସୁଦ୍ଧା ପାକିସ୍ତାନ ନିକଟରେ ୧୬୫ଟି ଆଣବିକ ଅସ୍ତ୍ର ରହିଛି ଏବଂ ଦେଶର ଏହାର ଆଣବିକ ଅସ୍ତ୍ରଶସ୍ତ୍ରର ପ୍ରସାର କରୁଥିବା ଷ୍ଟକ୍‌ହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (ଏସ୍‌ଆଇପିଆର୍‌ଆଇ) ଗତ ସପ୍ତାହରେ କହିଛି। ଗତବର୍ଷ ଜାନୁଆରି ସୁଦ୍ଧା ପାକିସ୍ତାନ ନିକଟରେ ୧୬୦ଟି ଆଣବିକ ଅସ୍ତ୍ର ଥିଲା। ଏକ ସାକ୍ଷାତକାରରେ ଇମ୍ରାନ ଏହା କହିଛନ୍ତି ବୋଲି ଡନ୍‌ ୱେବସାଇଟ୍‌ରେ ପ୍ରକାଶ ପାଇଛି। ଭାରତର ନାମ ନେଇ ନଥିଲେ ମଧ୍ୟ ଇମ୍ରାନ କହିଛନ୍ତି ତାଙ୍କ ନିଜ ଦେଶର ଆକାରଠାରୁ ୭ ଗୁଣ ବଡ଼ ଏକ ଦେଶ ପଡ଼ୋଶୀ। ତେଣୁ ତାଙ୍କ ଭଳି ଯେକୌଣସି ଦେଶ ମଧ୍ୟ ଚିନ୍ତିତ ରହିବ ବୋଲି ସେ କହିଛନ୍ତି। ଭାରତ ନିକଟରେ ଆଣବିକ ଅସ୍ତ୍ର ଥିବାରୁ ପାକିସ୍ତାନ ଏହା ରଖିଛି ବୋଲି ସେ ସଙ୍କେତ ଦେଇଛନ୍ତି। କାଶ୍ମୀରରେ ସମାଧାନ ହୋଇଗଲେ ଦୁଇ ପଡ଼ୋଶୀ ସଭ୍ୟ ଭାବରେ ବଞ୍ଚିବେ। ଆମେରିକା ଯଦି ତତ୍ପରତା ଏବଂ ଇଚ୍ଛାଶକ୍ତି ଦେଖାଏ ତାହେଲେ କାଶ୍ମୀରର ମାମଲା ସମାଧାନ ହୋଇପାରିବ। ଅନ୍ୟପକ୍ଷରେ କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ହସ୍ତ‌କ୍ଷେପକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତ ବାରମ୍ବାର କହିଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe