ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ କିଛି ଆପତ୍ତି ନାହିଁ : ନୀତୀଶ

Advertisment
ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦକୁ ନେଇ ମହାଗଠବନ୍ଧନ ଦୁଇ ଫାଳ!

The New Indian Express

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କହିଛନ୍ତି ଯେ ଯଦି କଂଗ୍ରେସ ନେତା ରାହୁଲ ଗାନ୍ଧି ୨୦୨୪ ଲୋକସଭା ନିର୍ବାଚନରେ ବି‌ରୋଧୀ ଦଳମାନଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କର କିଛି ସମସ୍ୟା ନାହିଁ। ଗଣମାଧ୍ୟମକୁ ନୀତୀଶ କହିଛନ୍ତି, ସେ ଏହି ଶୀର୍ଷ ପଦବି ପାଇଁ ପ୍ରାର୍ଥୀ ହେବାକୁ ଚାହୁନାହାନ୍ତି। କେବଳ ବିଜେପି ବିରୋଧରେ ବି‌ରୋଧୀ ମେଣ୍ଟକୁ ଶକ୍ତ କରିବା ତାଙ୍କର ଲକ୍ଷ୍ୟ। କଂଗ୍ରେସ ସହ ତାଙ୍କର କିଛି ସମସ୍ୟା ନାହିଁ। ତେଣୁ ରାହୁଲ ଗାନ୍ଧି ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ତାଙ୍କର କୌଣସି ଆପତ୍ତି ନାହିଁ।

ଉଲ୍ଲେଖଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତା କମଳ ନାଥ ଶୁକ୍ରବାର କହିଥିଲେ ଯେ ରାହୁଲ ଗାନ୍ଧି ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେ‌ବେ। କମଳ ନାଥ ରାହୁଲଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଇତିହାସରେ କୌଣସି ନେତା ଏଭଳି ଲମ୍ବା ପଦଯାତ୍ରା କରିନାହାନ୍ତି। ଗାନ୍ଧି ପରିବାର ବ୍ୟତୀତ ଅନ୍ୟ କୌଣସି ପରିବାର ଦେଶ ପାଇଁ ଏତେ ତ୍ୟାଗ କରିନାହାନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe