ଇସ୍ରାଏଲକୁ ଇରାନ୍‌ର ଧମକ : ମୁସଲମାନ ସମୁଦାୟ ଓ ପ୍ରତିରୋଧ ଶକ୍ତିର ମୁକାବିଲା କେହି କରିପାରିବେ ନାହିଁ

Advertisment
ଇସ୍ରାଏଲକୁ ଇରାନ୍‌ର ଧମକ : ମୁସଲମାନ ସମୁଦାୟ ଓ ପ୍ରତିରୋଧ ଶକ୍ତିର ମୁକାବିଲା କେହି କରିପାରିବେ ନାହିଁ

ତେହେରାନ: ଗାଜାରେ ଇସ୍ରାଏଲର ଅପରାଧ ଜାରି ରହେ ତେବେ ସମଗ୍ର ବିଶ୍ୱର ମୁସଲମାନ ଏବଂ ପ୍ରତିରୋଧକାରୀ ଶକ୍ତିକୁ କେହି ଅଟକାଇ ପାରିବେ ନାହିଁ ବୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି ମଙ୍ଗଳବାର କହିଛନ୍ତି।

‘ଯଦି ପାଲେଷ୍ଟାଇନ ବିରୋଧରେ ଜିଉମାନଙ୍କ ଶାସନର ଅପରାଧ ଜାରି ରହେ ତେବେ ମୁସଲମାନ ଏବଂ ପ୍ରତିରୋଧ ଶକ୍ତିର ମୁକାବିଲା କରିପାରିବେ ନାହିଁ। ଗାଜାରେ ବୋମାମାଡ଼ ତୁରନ୍ତ ବନ୍ଦ ହେବା ଦରକାର’ ବୋଲି ଖାମେନି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଗାଜାରେ ପାଲେଷ୍ଟାଇନ ବିରୋଧରେ ଅପରାଧ ପାଇଁ ଜିଉ ଶାସନର ଅଧିକାରୀଙ୍କ ବିରୋଧରେ ବିଚାର ହେବା ଉଚିତ।’ ସୂଚନାଯୋଗ୍ୟ, ଇରାନ ମଧ୍ୟପ୍ରାଚ୍ୟରେ ଏହାର ସଂଗଠିତ ସଶସ୍ତ୍ର ଗୋଷ୍ଠୀକୁ ପ୍ରତିରୋଧ ଶକ୍ତିର ଅଂଶ ବୋଲି କହିଥାଏ।

୧୯୭୯ ଇସଲାମିକ ବିପ୍ଳବ ପରଠାରୁ ଇରାନର ଶାସକମାନେ ପାଲେଷ୍ଟାଇନ ପ୍ରସଙ୍ଗକୁ ସମର୍ଥନ କରି ଆସୁଛନ୍ତି। ତେବେ, ଗାଜାକୁ ନିୟନ୍ତ୍ରଣ କରୁଥିବା ଇସଲାମିକ ସଙ୍ଗଠନକୁ ପାଣ୍ଠି ଯୋଗାଣ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ତେହେରାନ୍‌ ହମାସକୁ ସମର୍ଥନ କରିବା ବିଷୟରେ କୌଣସି ସୂଚନା ଦେଇନାହିଁ।

ଇସ୍ରାଏଲର ୭୫ ବର୍ଷର ଇତିହାସରେ ଗତ ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲର ସହରଗୁଡ଼ିକରେ ହୋଇଥିବା ହିଂସାକାଣ୍ଡରେ ଏହି ସଂଗଠନର ବନ୍ଧୁକଧାରୀମାନେ ୧୩୦୦ ଲୋକଙ୍କୁ ହତ୍ୟା କରିବା ପରେ ଇସ୍ରାଏଲ ହମାସକୁ ନିପାତ କରିବାକୁ ଘୋଷଣା କରିଛି।

ଇସ୍ରାଏଲ ଗାଜା ଉପତ୍ୟକାରେ ଏୟାର ଷ୍ଟ୍ରାଇକ୍‌ କରି ୨,୮୦୦ରୁ ଅଧିକ ପାଲେଷ୍ଟେନୀୟଙ୍କୁ ହତ୍ୟା କରିଛି, ସେମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଶିଶୁ ଏବଂ ୨.୩ ନିୟୁତ ଗାଜାବାସୀଙ୍କ ମଧ୍ୟରୁ ପ୍ରାୟ ଅଧାଙ୍କୁ ସ୍ଥାନାନ୍ତର କରି ଦେଇଛି। ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଇଛି। ଫଳରେ ଏହି ଅଞ୍ଚଳରୁ ଖାଦ୍ୟ, ଇନ୍ଧନ ଓ ଚିକିତ୍ସା ସାମଗ୍ରୀ ଦ୍ରୁତ ଗତିରେ ଶେଷ ହେବା ସହ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe