ଜେଲ୍‌ରୁ କେହି ନିର୍ଦ୍ଦେଶ ଦେଇପାରିବେନି: ମୋଦୀ

ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ ଜନସଭାରେ ଉଦ୍‌ବୋଧନ ଦେଇଛନ୍ତି।  ଏହି ଗସ୍ତ ଅବସରରେ ମୋଦୀ...

Untitled-12

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ ଜନସଭାରେ ଉଦ୍‌ବୋଧନ ଦେଇଛନ୍ତି।  ଏହି ଗସ୍ତ ଅବସରରେ ମୋଦୀ ଆର୍‌ଜେଡିକୁ କଡ଼ା କଟାକ୍ଷ କରିଛନ୍ତି। ମୋଦୀ ଆର୍‌ଜେଡିର ପୂର୍ବ ଶାସନକୁ ‘ଲୁଣ୍ଠନ ଯୁଗ’ କହିବା ସହ ଏହା ରାଜ୍ୟକୁ ଅନ୍ଧକାର, ଅରାଜକତା ଏବଂ ଦାରିଦ୍ରୢ ଭିତରକୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି। ଗୁରୁତର ଅପରାଧରେ ଗିରଫ ହୋଇ ଲଗାତାର ୩୦ ଦିନ ଜେଲ୍‌ରେ ରହିଥିବା  ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ପଦ ହରାଇବା ସଂକ୍ରାନ୍ତ ବିଲ୍‌କୁ ସମର୍ଥନ କରି  ମୋଦୀ କହିଛନ୍ତି ‘ଜେଲ୍‌ରୁ କେହି ନିର୍ଦ୍ଦେଶ ଦେଇପାରିବେନି’।  ମୋଦୀ କହିଛନ୍ତି, ଯଦି ଜଣେ ସରକାରୀ କର୍ମଚାରୀ ଡ୍ରାଇଭର ହୁଅନ୍ତୁ କି କିରାଣି ଅବା ପିଅନ ହୁଅନ୍ତୁ ଯଦି  ୫୦ ଘଣ୍ଟା ପାଇଁ ଜେଲ୍‌ ଯାଉଛନ୍ତି ତେବେ ସେ ତାଙ୍କ ଚାକିରି ହରାଉଛନ୍ତି। କିନ୍ତୁ ଜଣେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଏପରିକି ପ୍ରଧାନମନ୍ତ୍ରୀ ଜେଲ୍‌ରେ ରହି ବି ସରକାରରେ ରହିବାର କ୍ଷମତାକୁ ଉପଭୋଗ କରିପାରିବେ। କିଛି ସମୟ ପୂର୍ବରୁ, ଆମେ ଦେଖିଥିଲୁ କିପରି ଜେଲ୍‌ରୁ ଫାଇଲ୍ ସ୍ୱାକ୍ଷର କରାଯାଉଥିଲା ଏବଂ ଜେଲ୍‌ରୁ କିପରି ସରକାରୀ ନିର୍ଦ୍ଦେଶ ଦିଆଯାଉଥିଲା। ଯଦି ନେତାମାନଙ୍କର ଏପରି ମନୋଭାବ ଥାଏ, ତେବେ ଆମେ କିପରି ଦୁର୍ନୀତି ବିରୋଧରେ ଲଢ଼ିପାରିବା। ଏନ୍‌ଡିଏ ସରକାର ଦୁର୍ନୀତି ବିରୋଧରେ ଏକ ଆଇନ ଆଣିଛି, ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ପରିସରଭୁକ୍ତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।  
ଗୟା ଜୀରେ  ୧୩,୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ  ତିନି ନୂଆ ବିଲ୍‌କୁ ନେଇ ଏଭଳି  ମନ୍ତବ୍ୟ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe