ଚୀନ୍‌-ତାଇୱାନ ଏକତ୍ରୀକରଣକୁ କେହି ଅଟକାଇପାରିବେ ନାହିଁ: ଜିନ୍‌ପିଙ୍ଗ୍‌

Advertisment

ଚୀନ୍‌ଠାରୁ ଦୂରେଇ ଯାଇଥିବା ଅଞ୍ଚଳ(ତାଇୱାନ)କୁ ପୁଣିଥରେ ଫେରାଇ ଅଣାଯିବ। ଚୀନର ପୁନଃଏକତ୍ରୀକରଣକୁ କେହି ଅଟକାଇପାରିବେ ନାହିଁ ବୋଲି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନୂତନବର୍ଷ ବାର୍ତ୍ତାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଚୀନ୍‌ଠାରୁ ଦୂରେଇ ଯାଇଥିବା ଅଞ୍ଚଳ(ତାଇୱାନ)କୁ ପୁଣିଥରେ ଫେରାଇ ଅଣାଯିବ। ଚୀନର ପୁନଃଏକତ୍ରୀକରଣକୁ କେହି ଅଟକାଇପାରିବେ ନାହିଁ ବୋଲି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନୂତନବର୍ଷ ବାର୍ତ୍ତାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଚୀନ୍‌ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ- ‘ଜି ଜିନପିଙ୍ଗ ବିଚାରଧାରା’

ନୂଆଦିଲ୍ଲୀ: ଚୀନ୍‌ଠାରୁ ଦୂରେଇ ଯାଇଥିବା ଅଞ୍ଚଳ(ତାଇୱାନ)କୁ ପୁଣିଥରେ ଫେରାଇ ଅଣାଯିବ। ଚୀନର ପୁନଃଏକତ୍ରୀକରଣକୁ କେହି ଅଟକାଇପାରିବେ ନାହିଁ ବୋଲି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନୂତନବର୍ଷ ବାର୍ତ୍ତାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସରକାରୀ ଟେଲିଭିଜନ୍‌ରେ ପ୍ରକାଶିତ ଏହି ବାର୍ତ୍ତାରେ  ଜିନ୍‌ପିଙ୍ଗ୍‌ କହିଛନ୍ତି, ତାଇୱାନ୍‌ର ଉଭୟ ପାର୍ଶ୍ବରେ ଥିବା ସମସ୍ତ ବାସିନ୍ଦା ଚୀନା ଅଟନ୍ତି। ସମନ୍ତେ ଏକ ପରିବାର ଓ ଏକ ହିଁ ଅଟନ୍ତି। ଏହି ବନ୍ଧନ ଓ ସମ୍ପର୍କକୁ କେହି ଖଣ୍ଡିତ କରିପାରିବେ ନାହିଁ। ଚୀନ୍‌ର ପୁନଃଏକତ୍ରୀକରଣକୁ କେହି ମଧ୍ୟ ଅଟକାଇପାରିବ ନାହିଁ। ବିଶ୍ବ ରାଜନୀତି ସମ୍ପର୍କରେ ସେ କହିଛନ୍ତି, ପରିବର୍ତ୍ତନଶୀଳ ଓ ଅଶାନ୍ତ ବିଶ୍ବରେ ଚୀନ ଏକ ବୃହତ୍‌ ରାଷ୍ଟ୍ର ଭାବେ ସଂସ୍କାର ଓ ସହଯୋଗ ବୃଦ୍ଧି କରିବା ଦାୟିତ୍ବ  ନିର୍ବାହ କରୁଛି।  ସେହିଭଳି କୋଭିଡ୍‌-୧୯ ବିପର୍ଯ୍ୟୟ କଥା ଉଲ୍ଲେଖ କରି ସେ  କହିଛନ୍ତି,  ପରିବର୍ତ୍ତିତ ପରିବେଶ ନେଇ  ଆମ ଦେଶ ସକ୍ରିୟ ଭାବେ  ପ୍ରତିକ୍ରିୟା ରଖିଛି।   ଉଚ୍ଚ ଗୁଣବତ୍ତା ସମ୍ପନ୍ନ ବିକାଶ ହାସଲ କରିବା ଦିଗରେ ଚୀନ୍‌ ଅଭିଳଷିତ ସଫଳତା ହାସଲ କରିଛି ବୋଲି ଜିନ୍‌ପିଙ୍ଗ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe