Image Source: Zee News
ନୂଆଦିଲ୍ଲୀ: ନାଗରିକ ସଂଶୋଧନ ବିଧେୟକ ରାଜ୍ୟସଭାର ଅନୁମୋଦନ ହାସଲ କରିବା ପରେ ତୀବ୍ର ପ୍ରତିବାଦ କରୁଥିବା ଆସାମବାସୀଙ୍କୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ରାଜ୍ୟରେ ଶାନ୍ତି ରକ୍ଷା ନିମନ୍ତେ ନିବେଦନ କରି ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ସେମାନଙ୍କର ଅଧିକାର ଅପରିବର୍ତ୍ତିତ ରହିବ।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: ଆସାମର ମୋ ଭାଇ ଓ ଭଉଣୀମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି ଯେ ନାଗରିକତା ସଂଶୋଧନ ବିଧେୟକ ଅନୁମୋଦନ ହେବା ବିଷୟରେ ସେମାନଙ୍କର ଚିନ୍ତାର କୌଣିସ କାରଣ ନାହିଁ।
ପ୍ରତିବାଦକାରୀ ଜନତାଙ୍କୁ ଆହୁରି ପ୍ରତିଶ୍ରୁତି ଦେଇ ସେ କହିଛନ୍ତି, କେହି ଆପଣମାନଙ୍କର ଅଧିକାର, ସ୍ୱତନ୍ତ୍ର ପରିଚିତି ଏବଂ ସୁନ୍ଦର ସଂସ୍କୃତିକୁ ଛଡ଼ାଇ ନେବନାହିଁ। ଏହା ଉନ୍ନତ ଓ ସମୃଦ୍ଧ ହୋଇ ଚାଲିବ।
Image Source: Hindustan Timesପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ କ୍ଲଜ୍ ୬ ଅନୁସାରେ, କେନ୍ଦ୍ର ସରକାର ଓ ସେ ଆସାମୀୟଙ୍କ ରାଜନୈତିକ, ଭାଷାଗତ, ସାଂସ୍କୃତିକ ଏବଂ ଭୂଅଧିକାର ସୁରକ୍ଷିତ ରଖିବେ।
ରାଜନେତାମାନଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବିଶେଷକରି ଆସାମ ଓ ତ୍ରିପୁରାରେ ପ୍ରତିବାଦ ଉଗ୍ରତର ହେଉଛି। ଅଘଟଣ ଆଶଙ୍କାରେ ୨୧ଟି ଟ୍ରେନ୍ ଏବଂ ତିନୋଟି ବିମାନ ସେବା ବନ୍ଦ କରି ଦିଆଯାଇଛି।
Follow Us