ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଏନ୍ଆରସି (ଜାତୀୟ ନାଗରିକତା ପଂଜୀକରଣ) ପ୍ରସଙ୍ଗରେ ରାଜ୍ୟସଭାରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟସଭାରେ ଶାହ ଜଣେ ସମାଜବାଦୀ ପାର୍ଟି ସଦସ୍ୟ ଜାଭେଦ୍ ଅଲି ଖାନ୍ଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଏନ୍ଆରସି କେବଳ ଆସାମରେ ସୀମିତ ରହିବ ନାହିଁ ଏବଂ ଦେଶବ୍ୟାପୀ ଏହା ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ଲାଗୁ ହେବ। ଭାରତରେ ଜଣେ ବି ଅନୁପ୍ରବେଶକାରୀ ଏବଂ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ଶାହ କହିଛନ୍ତି। ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ହଟାଇ ଦିଆଯିବ ବୋଲି ଶାହ କହିଛନ୍ତି। ଉଲ୍ଲେଖଯୋଗ୍ୟ ଜାଭେଦ ଅଲି ଗତକାଲି ରାଜ୍ୟସଭାରେ ଶାହଙ୍କୁ ପ୍ରଶ୍ନ କରିଥିଲେ ଯେ ଏନ୍ଆରସି ଅନ୍ୟ ରାଜ୍ୟ ଗୁଡ଼ିକରେ କାର୍ଯ୍ୟକାରୀ ହେବ କି ନାହିଁ । ଏହାର ଉତ୍ତରରେ ଶାହ କହିଥିଲେ ଏନ୍ଆରସି ଏବେ କେବଳ ଆସାମରେ କାର୍ଯ୍ୟକାରୀ ହୋଇଛି, କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦେଶରେ କୌଣସି ବି ସ୍ଥାନରେ ଜଣେ ହେଲେ ଅନୁପ୍ରବେଶକାରୀଙ୍କୁ ରଖାଇ ଦିଆଯିବ ନାହିଁ।
ଜଣେ ବି ଅନୁପ୍ରବେଶକାରୀଙ୍କୁ ରଖାଇ ଦେବୁନାହିଁ: ଶାହ
Advertisment
Follow Us