ନୂଆଦିଲ୍ଲୀ: ‘ନ୍ୟାସ୍ନାଲ୍ ହେରାଲ୍ଡ୍’ ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ କରୁଥିବା ଜେରାକୁ ବିରୋଧ କରି ‘ସତ୍ୟାଗ୍ରହ’ ଚଳାଇଥିବା କଂଗ୍ରେସକୁ ଆଜି ତୀବ୍ର ସମାଲୋଚନା କରି ବିଜେପି କହିଛି, ଏ ଦେଶରେ କେହି ରାଣୀ ଭିକ୍ଟୋରିଆ କି, ଯୁବରାଜ ନୁହନ୍ତି ଯେ, ସେମାନଙ୍କ ବିରୋଧରେ ତଦନ୍ତ କରାଯିବ ନାହିଁ।
କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ‘ନ୍ୟାସ୍ନାଲ୍ ହେରାଲଡ୍’ ଜରିଆରେ ହୋଇଥିବା ଦେଶର ଅର୍ଥ ଅପବ୍ୟବହାରରେ ରାହୁଲ୍ ଗାନ୍ଧୀଙ୍କ ସମ୍ପୃକ୍ତି କଥା ସର୍ବସାଧାରଣ ଜାଣିଛନ୍ତି। ରାହୁଲ୍ ଗାନ୍ଧୀ ଜାଣିବା ଉଚିତ ଯେ, ‘ଇଡି’ ହେଉଛି ‘ଏନ୍ଫୋର୍ସମେଣ୍ଟ୍ ଡାଇରେକ୍ଟୋରେଟ୍, ‘ଏନ୍ଟାଇଟଲ୍ମେଣ୍ଟ୍ ଡିମାଣ୍ଡ୍’ ନୁହେଁ।
Image Courtesy of ANIଏ ଦେଶରେ କେହି ରାଣୀ ଭିକ୍ଟୋରିଆ ଅଥବା ଯୁବରାଜ ନୁହନ୍ତି ଯେ, ତାଙ୍କ ବିରୋଧରେ ତଦନ୍ତ କରାଯିବ ନାହିଁ, ଆଇନ ସମସ୍ତଙ୍କ କ୍ଷେତ୍ରରେ ସମାନ। ଦୁର୍ନୀତି କରିଥିବା ସମସ୍ତଙ୍କ ବିରୋଧରେ ତଦନ୍ତ କରାଯାଇ ପାରିବ। ‘ନ୍ୟାସ୍ନାଲ୍ ହେରାଲ୍ଡ୍ ସ୍କାମ୍’ ଜରିଆରେ ଦେଶର ଅର୍ଥକୁ ଅବବ୍ୟବହାର କରାଯାଇଥିବା ଘଟଣାରେ ଗୋଟିଏ ପରିବାରର ସମ୍ପୃକ୍ତି ଏବଂ ରାହୁଲ୍ ଗାନ୍ଧୀଙ୍କ ଭୂମିକା ବିଷୟରେ ଜନସାଧାରଣ ଜାଣିଛନ୍ତି ବୋଲି ସେ କହିଛନ୍ତି।
Image Courtesy of Zee Newsସୂଚନାଯୋଗ୍ୟ, ‘ନ୍ୟାସ୍ନାଲ୍ ହେରାଲ୍ଡ୍ ମନି ଲଣ୍ଡରିଂ’ ମାମଲାରେ ୪ର୍ଥ ପର୍ଯ୍ୟାୟ ଜେରା ନିମନ୍ତେ ଆଜି ରାହୁଲ୍ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଥିବା ବେଳେ ବିଜେପିର ଜାତୀୟ ମୁଖପାତ୍ର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଗତ ସପ୍ତାହରେ ରାହୁଲ୍ ଗାନ୍ଧୀଙ୍କୁ ୩ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଡକାଯାଇ ସମୁଦାୟ ୩୦ ଘଣ୍ଟା ଜେରା କରାଯାଇଥିଲା।
Follow Us