ଆକ୍ରମଣର ପରଦା ପଛରେ ଥିବା ଲୋକମାନଙ୍କୁ ବି ଛଡ଼ାଯିବନାହିଁ : ରାଜନାଥ

Advertisment

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କେବଳ ଦୋଷୀମାନେ ନୁହନ୍ତି, ପରଦା ପଛରେ ଥିବା ଲୋକମାନଙ୍କୁ ବି ଛଡ଼ାଯିବ ନାହିଁ । 

Updated On

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କେବଳ ଦୋଷୀମାନେ ନୁହନ୍ତି, ପରଦା ପଛରେ ଥିବା ଲୋକମାନଙ୍କୁ ବି ଛଡ଼ାଯିବ ନାହିଁ । 

ଅଦ୍ୟତନ ହୋଇଛି
rajnath

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଭୀଷଣ ଅସନ୍ତୋଷର ମାହୋଲ ରହିଛି। ସମସ୍ତେ ଆକ୍ରମଣ ପଛରେ ଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରୁଛନ୍ତି। ଏପରି ପରିସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କେବଳ ଦୋଷୀମାନେ ନୁହନ୍ତି, ପରଦା ପଛରେ ଥିବା ଲୋକମାନଙ୍କୁ ବି ଛଡ଼ାଯିବ ନାହିଁ । 

ଆମେ କେବଳ ଏହି କାର୍ଯ୍ୟର ଦୋଷୀମାନଙ୍କ ପାଖରେ ପହଞ୍ଚିବୁ ନାହିଁ ବରଂ ପରଦା ପଛରେ ଥିବା ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବୁ । ଅଭିଯୁକ୍ତମାନେ ଖୁବ୍ ଶୀଘ୍ର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ପାଇବେ, ମୁଁ ଦେଶକୁ ଆଶ୍ୱସ୍ତ କରିବାକୁ ଚାହୁଁଛି।

ସେ କହିଥିଛନ୍ତି, ପହଲଗାମରେ ହୋଇଥିବା କାପୁରୁଷ ଆକ୍ରମଣରେ ଆମେ ଅନେକ ନିର୍ଦ୍ଦୋଷ ଜୀବନ ହରାଇଛୁ। ଏଥିପାଇଁ ଆମେ ବହୁତ ଦୁଃଖିତ। ମୁଁ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ଆତଙ୍କବାଦ ପ୍ରତି ଆମର ଶୂନ୍ୟ ସହନଶୀଳତା ନୀତି ଅଛି । ମୁଁ ଦେଶବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ସରକାର ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବେ। ଆମେ କେବଳ ଏହି କାର୍ଯ୍ୟର ଦୋଷୀମାନଙ୍କ ପାଖରେ ପହଞ୍ଚିବୁ ନାହିଁ ବରଂ ପରଦା ପଛରେ ଥିବା ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବୁ । ଅଭିଯୁକ୍ତମାନେ ଖୁବ୍ ଶୀଘ୍ର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ପାଇବେ, ମୁଁ ଦେଶକୁ ଆଶ୍ୱସ୍ତ କରିବାକୁ ଚାହୁଁଛି।
ଅନ୍ୟପକ୍ଷରେ ପହଲଗାମ ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ସନ୍ଧ୍ୟା ୬ଟାରେ ଏକ ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟି (ସିସିଏସ) ବୈଠକ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe