ଇ-କମର୍ସ ପୋର୍ଟାଲରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କଲେ ଆଉ ଦରକାର ପଡ଼ିବ ନାହିଁ ଓଟିପି

Advertisment
ଇ-କମର୍ସ ପୋର୍ଟାଲରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କଲେ ଆଉ ଦରକାର ପଡ଼ିବ ନାହିଁ ଓଟିପି

Latestly

ମୁମ୍ବାଇ/ ନୂଆଦିଲ୍ଲୀ: ଇ- କମର୍ସକୁ ଅଧିକ ଲୋକପ୍ରିୟ କରାଇବା ଲକ୍ଷ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ) ସଂପ୍ରତି ପ୍ରଚଳିତ ଥିବା ନିୟମରେ କିଛିଟା ପରିବର୍ତ୍ତନ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ଏଣିକି ଇ-କମର୍ସ ପୋର୍ଟାଲ ସାଇଟ୍‌ରୁ ଜିନିଷ କ୍ରୟ କାଳରେ ୨୦୦୦ ଟଙ୍କା ପର୍ଯ୍ୟନ୍ତର ଦେୟ ପ୍ରଦାନ କାଳରେ ଗ୍ରାହକମାନଙ୍କ ନିକଟକୁ ଆଉ ଓଟିପି (ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ) ଆସବ ନାହିଁ। ବିନା ଓଟିପିରେ ଦେୟ ପ୍ରଦାନ ହୋଇଯିବ।

ସେହିପରି ନିଜ ମୋବାଇଲ ଆପ୍‌ର ବ୍ୟବହାର କରି ଯଦି ଆପଣ କାହାରିକି ୨୦୦୦ ଟଙ୍କା ମଧ୍ୟରେ ଦେୟ ପ୍ରଦାନ କରୁଛନ୍ତି, ତେବେ ସେ କ୍ଷେତ୍ରରେ ମଧ୍ୟ ଆଉ ବ୍ୟବହାରକାରୀମାନଙ୍କ ନିକଟକୁ ଓଟିପି (ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ) ଆସବ ନାହିଁ। ବିନା ଓଟିପିରେ ଦେୟ ପ୍ରଦାନ ହୋଇଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଉଛି। ଫଳରେ ଦେୟ ପ୍ରଦାନ ଅଧିକ ସୁବିଧା, ସହଜ ଓ ଶୀଘ୍ର ହୋଇପାରିବ ବୋଲି କହିଛି ଆରବିଆଇ।

publive-image ET News

ଆରବିଆଇର ଏହି ଘୋଷଣା ପରେ ପରେ ଫ୍ଲିପ୍‌କାର୍ଟ ପରି ଇ- କମର୍ସ ପୋର୍ଟାଲମାନେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ଦେଇଥିବା ଜାଣିବା ପାଇଁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe