Image Source: Hindustan Times
ନୂଆଦିଲ୍ଲୀ: ଦିଲ୍ଲୀ ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହଙ୍କ କ୍ଷମା ଆବେଦନକୁ ଖାରଜ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କହିଛନ୍ତି ବୋଲି ଜାତୀୟସ୍ତର ଏକ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ କରିଛି। ଗତରାତିରେ ଅମିତ ଶାହାଙ୍କର ଏହି ସୁପାରିସ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା କଥା କୁହାଯାଉଛି।
ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ମୁକେଶ ସିଂହ ଶେଷ ମୁହୂର୍ତ୍ତରେ ରାଜକ୍ଷମା ଲାଗି ରାଷ୍ଟ୍ରପତି କୋବିନ୍ଦଙ୍କୁ ଆବେଦନ କରିଥିଲେ। ଅନ୍ୟ ତିନି ଜଣ ଦୋଷୀଙ୍କ ସମେତ ମୁକେଶଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ଦେବା ଲାଗି ଦିଲ୍ଲୀ ଅଦାଲତର ଜଣେ ବିଚାରପତି ଆଦେଶ ଦେଇଥିଲେ।
Image Source: India Todayଆଜି ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଔପଚାରିକ ଭାବେ ଆଦେଶ ଦେବାର ସମ୍ଭାବନା ରହିଛି। କ୍ୟାବିନେଟ୍ର ପରାମର୍ଶରେ ଔପଚାରିକ ଆଦେଶ ଦେଉଥିବା ରାଷ୍ଟ୍ରପତି ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରାଳୟର ପରାମର୍ଶ ଗ୍ରହଣ କରିବେ।
କ୍ଷମା ଆବେଦନ ଯୋଗୁଁ ଚାରି ଦୋଷୀଙ୍କୁ ଫାଶୀ ଦେବା ନିର୍ଦ୍ଧାରିତ ହୋଇଥିବା ସମୟରେ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି।
Follow Us